spot_img

ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ

ଆଜି ହେଉଛି ଅକ୍ଟୋବର ୨ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୧ ତମ ଜୟନ୍ତୀ । ସତ୍ୟ , ଅହିଂସାର ପୂଜାରୀ ତଥା ଭାରତକୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ନେଇଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସକୁ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରାଯାଏ। ଜାତିର ପିତା ମହାତ୍ମା ଗାନ୍ଧୀ କେବଳ ଭାରତ ଇତିହାସରେ ନୁହେଁ ସମଗ୍ର ବିଶ୍ୱରେ ଜଣେ ମହାମାନବ ଭାବରେ ସୁପରିଚିତ । ବାପୁ ନାମରେ ଜଣାଶୁଣା ଗାନ୍ଧୀ ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ବ୍ରିଟିଶମାନଙ୍କ ଦ୍ୱାରା ଭାରତୀୟ ସମାଜରେ ଦାସତ୍ୱର ଶୃଙ୍ଖଳା ଭାଙ୍ଗିବା ପାଇଁ ସେ ଅହିଂସା ମାର୍ଗକୁ ଆପଣାଇ ଥିଲେ। ସେ ସବୁ ସମୟରେ ଅନ୍ୟାୟ ବିରୁଦ୍ଧରେ ସଂଘର୍ଷ କରିଥିଲେ, ସେ ଧାରଣା ଏବଂ ସତ୍ୟର ମାର୍ଗରେ ସର୍ବଦା ଯିବାକୁ ଆହ୍ୱାନ କରୁଥିଲେ।
ମହାତ୍ମାା ଗାନ୍ଧୀଙ୍କ ପ୍ରକୃତ ନାମ ହେଉଛି ମୋହନଦାସ କରମଚାନ୍ଦ ଗାନ୍ଧୀ । ଗୁରୁ ରବୀନ୍ଦ୍ରନାଥ ଟାଗୋର ତାଙ୍କୁ ମହାତ୍ମା ନାମ ଦେଇଥିଲେ । ଟାଗୋର ମହାତ୍ମା କଥା କହି ଶାନ୍ତିନିକେତନ ଆଶ୍ରମରେ ଗାନ୍ଧୀଙ୍କୁ ସମ୍ବୋଧତି କରିଥିଲେ । ମହାତ୍ମା ଗାନ୍ଧୀଙ୍କ ପିତାଙ୍କ ନାମ କରମଚାନ୍ଦ ଉତ୍ତମଚାନ୍ଦ ଗାନ୍ଧୀ ଏବଂ ମାତାଙ୍କ ନାମ ପୁତ୍ତଲିବାଇ। ମହାତ୍ମା ଗାନ୍ଧୀଙ୍କ ପିତା ପେଶାରେ ଜଣେ ପୋରବନ୍ଦରର ଦିୱାନ ଥିଲେ। ତାଙ୍କ ମା ପୁତ୍ତଲିବାଇ ଜଣେ ଗୃହିଣୀ ଥିଲେ। ଗାନ୍ଧୀ, ତାଙ୍କ ଠାରୁ ଛଅ ମାସ ବଡ କସ୍ତୁରବାଙ୍କୁ ମାତ୍ର ୧୩ ବର୍ଷ ବୟସରେ ବିବାହ କରିଥିଲେ। କସ୍ତୁରବାଙ୍କୁ ‘ବା’ ବୋଲି ସମ୍ବୋଧିତ କରାଯାଉଥିଲା । ଗାନ୍ଧୀ ଏବଂ କସ୍ତୁରବାଙ୍କର ଚାରି ପୁତ୍ର ହିରାଲାଲ, ମଣିଲାଲ, ରାମଦାସ ଏବଂ ଦେବଦାସ ଥିଲେ। ଗାନ୍ଧୀ ବହୁତ ଦ୍ରୁତ ଗତିରେ ଚାଲୁଥିଲେ। ଗାନ୍ଧୀଙ୍କ ପଦଯାତ୍ରାରୁ ଜାଣିହେବ ଯେ, ସେ ଦାଣ୍ଡି ଯାତ୍ରା ସମୟରେ ସାବରମତିରୁ ଦାଣ୍ଡି ପର୍ୟ୍ୟନ୍ତ ୩୯୦ କିଲୋମିଟର ଚାଲିଥିଲେ।
ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ କରିବା ବ୍ୟତୀତ ଗାନ୍ଧିଜୀ ଖବରକାଗଜ ମାଧ୍ୟମରେ ନିଜର ମତ ପ୍ରକାଶ କରୁଥିଲେ। ସେ କିଛି ଖବରକାଗଜ ଆରମ୍ଭ କରିଥିଲେ। ସେଥିମଧ୍ୟରେ, ଇଣ୍ଡିଆନ୍ ଓପିନିୟନ, ୟହ ୟଙ୍ଗ ଇଣ୍ଡିଆ, ନବଜୀବନ ଏବଂ ହରିଜନ ପ୍ରମୁଖ ଅଟେ। ଏହି ଖବରକାଗଜ ମାଧ୍ୟମରେ ସେ ରାଜନୈତିକ ଏବଂ ସାମାଜିକ ଗତିବିଧି ପାଇଁ ନିଜର ମତ ଦେଉଥିଲେ। ମହାତ୍ମା ଗାନ୍ଧୀଙ୍କ ଜୀବନୀ ବହୁତ ପ୍ରସିଦ୍ଧ। ଯାହାର ନାମ ହେଉଛି ‘ସତ୍ୟ ସହିତ ମୋର ପରୀକ୍ଷଣ’। ୧୯୨୭ ମସିହାରେ ଏହା ଲେଖାଯାଇଥିଲା। ଏହି ପୁସ୍ତକ ଗୁଜରାତି ଭାଷାରେ ଥିଲା। ମହାତ୍ମାଗାନ୍ଧୀଙ୍କ ଆଦର୍ଶ ବିଶ୍ୱରେ ଥିଲା ବିରଳ । ସତ୍ୟ ଓ ଅହିଂସା ଥିଲା ତାଙ୍କର ଅମୋଘ ଅସ୍ତ୍ର । ୧୮୯୩ ମସିହାରୁ ୧୯୧୪ ମସିହା ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ରହଣି ମଧ୍ୟରେ ଗାନ୍ଧିଜୀ ସେଠାକାର ଗୋରା ସରକାରଙ୍କ ବିରୋଧରେ ଯେଉଁ ଅମୋଘ ଅସ୍ତ୍ର ପ୍ରୟୋଗ କରିଥିଲେ ତାହା ସତ୍ୟାଗ୍ରହ ନାମରେ ପରିଚିତ । ଅହିଂସା ଆନ୍ଦୋଳନକୁ ଜାରି ରଖି ଦକ୍ଷିଣ ଆଫ୍ରିକାର ଜନସାଧାରଣମାନଙ୍କ ଅଧିକାର, ସମାନତା ଓ କଳାଗୋରା ଭେଦଭାବର ପରିସମାପ୍ତି ଘଟାଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular