spot_img

ଅଘଟଣ ନଘଟିବାକୁ ପାହାଡକୁ ପୂଜା କରୁଛନ୍ତି ଲୋକେ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ବ୍ଲକ୍ ଗାଲିଭଟ୍ଟା ଗାଁରେ ପାହାଡକୁ ପୂଜା କରୁଛନ୍ତି ଲୋକେ । ଗୋଟିଏ ବଡ ପଥରକୁ ଚାଲିଛି ପୂଜ। । କିଛି ଦିନ ତଳେ ଏକ ବିରାଟ ପଥର ପ୍ରାୟ ଏକ କିଲୋମିଟର ବାଟ ଖସି ଆସିଥିଲା । ଏପରି ଅଘଟଣ ନଘଟିବାକୁ ପାହାଡକୁ ପୂଜା କରୁଛନ୍ତି ଲୋକେ । ନବରଙ୍ଗପୁର ଉମରକୋଟ୍ ବ୍ଲକରେ ରହିଛି ଏହି ଐତିହାସିକ ପୋଡଗଡ ପାହାଡ । ଏହା ପ୍ରାକୃତିକ କାରଣରୁ ହୋଇଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସୁକତା ବଢି ଯାଇଛି ।

ଏବେ ପାହାଡରୁ ଆଉ ପଥର ନଖସିବା ପାଇଁ ଲୋକେ ଏବେ ପୋଡାଗଡ ପାହାଡକୁ ପୂଜା କରିଛନ୍ତି । ଆଖପାଖ ଗାଁର ଲୋକେ ପାହାଡ ନିକଟକୁ ଆସି ଏହାକୁ ଦେଖିବା ସହ ପୂଜା କରୁଥିବା ଦେଖିବାକୁ ମିଳିଛି । ଛତିଶଗଡରୁ ମଧ୍ୟ ଲୋକେ ଆସି ଏଠାରେ ପୂଜା କରୁଥିବା ଦେଖିବାକୁ ମିଳିଛି । ସାଧାରଣତଃ ଆଦିବାସୀ ଲୋକ ପ୍ରକୃତିର ଉପାସକ । ଗଛ, ପାଣି, ପାହାଡକୁ ବି ଏମାନେ ପୂଜା କରିଥାନ୍ତି । ଏବେ କରୋନା କାଳରେ ଏହି ପାହାଡ ପୂଜା ସମୟରେ କରୋନା କଟକଣାକୁ ଉଲଂଘନ କରାଯାଉଥିବା ଦେଖିବାକୁ ମିଳିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular