ବଡ଼ବିଲ : ଅଷ୍ଟମ ଶ୍ରେଣୀର ଛାତ୍ର ଅନଲାଇନ୍ ଗେମ୍ ଖେଳି ବେକରେ ରଶି ଲଗାଇ କଲା ଆତ୍ମହତ୍ୟା। ଯୋଡା ଥାନା କମାରଯୋଡା ବସ୍ତିରେ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ବିନୋଦ ଆପଟଙ୍କ ୧୪ ବର୍ଷର ପୁଅ ଅମିତାଂଶୁ ଆପଟ। ମିଳିଥିବା ସୂଚନା ଅନୁସାରେ ଅନଲାଇମ୍ ଗେମ୍ ଖେଳିବା ସମୟରେ ମାଆ-ବାପାଙ୍କ ଆକାଉଣ୍ଟରୁ ୯୬ ହଜାର ଟଙ୍କା କଟି ଯାଇଥିଲା। ଏହା ପରେ ବାପା-ମାଆ ଉଭୟ ମିଶି ତାଙ୍କୁ ଗାଳିଗୁଲଜ କରିଥିଲେ। ଏହାପରେ ରାଗରେ ଅମିତାଂଶୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା। ବର୍ତ୍ତମାନ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତନାଘନା ଆରମ୍ଭ କରିଛି।୧୪ ବର୍ଷର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ। ଏଥିସହ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0