spot_img

୧୬ ଅକ୍ଟୋବରରୁ ଆରମ୍ଭ ହେବ ବଜେଟ ପ୍ରସ୍ତୁତି ପ୍ରକିୟା

ନୂଆଦିଲ୍ଲୀ: ଆସନ୍ତା ୨୦୨୧-୨୦୨୨ ବର୍ଷର ଆର୍ଥିକ ବଜେଟ ପାଇଁ ୧୬ ଅକ୍ଟୋବରରୁ ପ୍ରସ୍ତୁତି ପ୍ରକିୟା ଆରମ୍ଭ ହେବାକୁ ଯାଉଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ କାର୍ଯ୍ୟକାଳ ହୋଇଥିବା ବେଳେ, ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣଙ୍କ ଏହା ତୃତୀୟ ବଜେଟ ହେବାକୁ ଯାଉଛି । କୋଭିଡ଼ ମହାମାରୀ ସଙ୍କଟ ପାଇଁ ଆର୍ଥିକ ବୃଦ୍ଧି କମିବା ସହ ରାଜସ୍ୱ ସଂଗ୍ରହ ମଧ୍ୟ କମିବାରେ ଲାଗିଛି । ତେବେ ଏହାର ମୁକାବିଲା ପାଇଁ ଆସନ୍ତା ବର୍ଷ ବଜେଟରେ ଘୋଷଣା କରାଯାଇପାରେ ବୋଲି ସୂଚନା ମିଳିଛି । ୨୦୨୧-୨୦୨୨ ବର୍ଷର ବଜେଟ ପାଇଁ ବ୍ୟୟ ସଚିବ ଏବଂ ଆର୍ଥିକ ପରାମର୍ଶଦାତାଙ୍କ ସହ ଆଲୋଚନା ପରେ ହିଁ ଅନ୍ତିମ ରୂପ ଦିଆଯିବାର ଅଛି । ଏହି ବଜେଟ ବୈଠକ ୧୬ ଅକ୍ଟୋବରରୁୁ ଆରମ୍ଭ ହୋଇ ନଭେମ୍ବରର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବାର ଅଛି । ତେବେ ବଜେଟ ଆରମ୍ଭ ହେବା ପୂର୍ବରୁ ଆର୍ଥିକ ସର୍ବେକ୍ଷଣ ଉପସ୍ଥାପନ କରାଯାଏ ଏବଂ ତା’ପରେ ହିଁ ଆବଶ୍ୟକତା ଅନୁସାରେ ବଜେଟ ପ୍ରସ୍ତୁତ କରାଯାଏ । ସୂଚନା ଅନୁସାରେ, ମୋଦି ସରକାର ୧୫୯ ବର୍ଷ ପୁରୁଣା ଇଂରେଜମାନଙ୍କର ପରମ୍ପରାକୁ ଶେଷ କରିଥିଲେ । ୨୦୧୯-୨୦୨୦ର ଆର୍ଥିକ ବଜେଟ ପାଇଁ ବ୍ରିଫକେଶ ବଦଳରେ ବହି ଖାତା ବ୍ୟବହାର କରିଥିଲେ । ତେବେ ନାଲି କପଡ଼ାରେ ବଜେଟ ବାନ୍ଧିବା ଭାରତୀୟ ପରମ୍ପରା ବୋଲି ପୂର୍ବ ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୂର୍ତ୍ତୀ ସୁବ୍ରମଣ୍ୟମ କହିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular