ଭଦ୍ରକ : ଅବସରପ୍ରାପ୍ତ ସୈନିକଙ୍କ ମୃତ୍ୟୁକୁ ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ଡାକ୍ତରଖାନାରେ ପୋଲିସ ଉପସ୍ଥିତିରେ ଡାକ୍ତରଙ୍କୁ ଘେରାଉ କରିଛନ୍ତି ପରିବାର ଲୋକେ । ରୋଗୀଙ୍କୁ ଠିକ୍ ଚିକିତ୍ସା କରାଯାଇନଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ଯେ, ଭଦ୍ରକ ଜିଲ୍ଲା ଧୂସୁରି ଥାନା ଠାକୁରପାଟଣା ଗାଁର ସତ୍ୟେନ୍ଦୁ ମଲିକ ଏବେ ସେନାରୁ ଅବସର ନେଇ ଗାଁକୁ ଆସିଥିଲେ । ତାଙ୍କୁ କୌଣସି କାରଣରୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ଆଣିଥିଲେ ପରିବାର ଲୋକେ । ମେଡିକାଲରେ ଡାକ୍ତର ଉପଯୁକ୍ତ ଚିକିତ୍ସା ଦେଇନଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ପରେ ଦାୟିତ୍ବରେ ଥିବା ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ ସହ ଦୁର୍ବ୍ୟବହାର କରିଥିଲେ । ଭଦ୍ରକ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ମେଡିକାଲ ପରିସରରେ ପୋଲିସ ମୁତୟନ କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0