spot_img

ଚିକିତ୍ସା ପାଇଁ ରୋଗୀଙ୍କୁ ଟଲିରେ ଆଣିଲେ ପରିବାର ଲୋକେ

ନୀଳଗିରି: ବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିବାର ଅଭିଯୋଗ ହୋଇଛି। ଏପରିକି ଦିନ ଦିପହରେ ସର୍ବସାଧାରଣଙ୍କ ସମ୍ମୁଖରେ ରୋଗୀଙ୍କୁ ଟଲିରେ ପରିବାର ଲୋକେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଆଣିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୫୦୦ମିଟର ଦୂରରେ। ସୂଚନା ଅନୁଯାୟୀ, ନୀଳଗିରି ଏନ୍ଏସି ଅଧୀନସ୍ଥ ୮ନଂ ୱାର୍ଡ ଗୁଡ଼ିଖାଣିଆ ଗ୍ରାମର ପାଗୁଲୁ ବିନ୍ଧାଣି ୨ ଦିନ ଧରି ଘରେ ଅସୁସ୍ଥ ଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବା ପରେ ପରିବାର ଲୋକଙ୍କ ପାଖରେ ମୋବାଇଲ ନ ଥିବାରୁ ସେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାରୁ ବଞ୍ଚିତ ହୋଇଥିଲେ। ଏହାପରେ ପରିବାର ଲୋକେ କିଛି ଉପାୟ ନ ପାଇ ଏକ ଟଲି ଯୋଗେ ପାଗୁଲୁଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଏବେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ପାଗୁଲୁ ବିନ୍ଧାଣିଙ୍କ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular