ଭୁବନେଶ୍ୱର : ମହାନଦୀ ଜଳକୁ ନେଇ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ବିବାଦ ଲଶଗିଣହିଛି । ଟ୍ରିବ୍ୟୁନାଲ ଗଠନ ହେବା ପରଠାରୁ ୧୫ଟି ଶୁଣାଣି ଶେଷ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଟ୍ରିବ୍ୟୁନାଲ ଅନ୍ତରୀଣ ଆଦେଶ ଶୁଣାଇନାହାନ୍ତି। ସେହିପରି ଭାବେ ଅହୁରୀ ତିନଟି ଜଳ ବିବାଦ ମାମଲାରେ ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ନ୍ୟାୟ ମିଳିପାରିନାହିଁ । ବିବାଦୀୟ ପୋଲାଭରମ୍ ଇନ୍ଦିରାସାଗର ପ୍ରକଳ୍ପ ମାମଲା, ମହାନଦୀ ଜଳବିବାଦ ମାମଲା ଓ ବଂଶଧାରା ଜଳବିବାଦ ମାମଲା । ପୋଲାଭରମ୍ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲରେ ଆଜି ଶୁଣାଣି ହେବ ।
ସେହିପରି ବଂଶଧାରା ଜଳବିବାଦ ମାମଲାର ଶୁଣାଣି ସୁପ୍ରିମକୋର୍ଟ ଓ ଟ୍ରିବ୍ୟୁନାଲ ବିଚାରାଧୀନ ରହିଛି। ଚଳିତ ମାସ ୬ ତାରିଖରେ ମାମଲାର ଶୁଣାଣି ପାଇଁ ଟ୍ରିବ୍ୟୁନାଲ ତାରିଖ ଧାର୍ୟ୍ୟ କରିଛନ୍ତି । ଆଜି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହନଦୀ ଜଳବିବାଦ ସମାଧାନ ପାଇଁ ଗଠନ କରାଯାଇଥିବା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ମାମଲାର ଶୁଣାଣି କରିବେ।
ମୂଳ ଆବେଦନର ଶୁଣାଣି ପାଇଁ ୪୬ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିସାରିଛନ୍ତି। ଅଥଚ ଓଡ଼ିଶାର ଅନ୍ତରୀଣ ଆବେଦନର ଶୁଣାଣି ଶେଷ କରି ଦୀର୍ଘଦିନରୁ ରାୟ ସଂରକ୍ଷିତ ରଖିଛନ୍ତି। ଟ୍ରିବ୍ୟୁନାଲଙ୍କ ପରାମର୍ଶ ଅନୁସାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରୁ ଆପୋସ ସମାଧାନ ପାଇଁ ବୈଠକ ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ବାହାରି ପାରିନାହିଁ। ଦୁଇ ରାଜ୍ୟ ମଧ୍ୟରେ ଗତମାସରେ ବି ବୈଠକ ବସିବାର ଥିଲା। ମାତ୍ର, କରୋନା ଯୋଗୁ ତାହା ସମ୍ଭବପର ହୋଇନାହିଁ। ପୁଣିଥରେ ବୈଠକ ପାଇଁ ଆଜିର ଶୁଣାଣି ସମୟରେ ଦୁଇ ରାଜ୍ୟମାନଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯିବାର ସମ୍ଭାବନା ରହିଛି। ମୂଳ ମାମଲାର ଶୁଣାଣି ପାଇଁ ଟ୍ରିବ୍ୟୁନାଲ ଆଜି ତାରିଖ ଧାର୍ୟ୍ୟ କରିବାର ସମ୍ଭାବନା ରହିଛି ।



Visitors Today : 2
Total Visitors : 130537
Total Views : 9892086
Visitors Online Now : 0