spot_img

ବଡ ଧରଣର ବାଇକ ଚୋର ର‌୍ୟାକେଟ ଠାବ , ୬ ଗିରଫ

ପୁରୀ: ପୁରୀ ଡେଲାଙ୍ଗ ପୋଲିସ ଏକ ବଡ ଧରଣର ବାଇକ ଚୋର ର‌୍ୟାକେଟର ଫର୍ଦ୍ଦାଫାସ କରିଛି । ଗୋଟିଏ କି ଦୁଇଟି ନୁହେଁ ଏକାବେଳେ ୪୫ଟି ଦୁଇ ଚକିଆ ଗାଡି ଜବତ କରିବା ସହ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ସ୍ଥାନୀୟ କୁଆପଦା ଜଙ୍ଗଲରେ କିଛି ଯୁବକ ଦୁଇ ଚକିଆ ଗାଡି ବିକ୍ରି କରିବା ପାଇଁ ଯୋଜନା କରୁଥିବା ନେଇ ଡେଲାଙ୍ଗ ଥାନା ଅଧିକାରୀଙ୍କୁ ଖବର ଆସିଥିଲା । ଚୋରୀ ର‌୍ୟାକେଟରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ନାଁରେ ପୁରୀ, ଖୋର୍ଦ୍ଧା ନୟାଗଡ, ଗଞ୍ଜାମ ଆଦି ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ସୂଚାନ ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular