ହାଥରସ: ହାଥରସ୍ ଗଣଦୁଷ୍ମର୍ମ ମାମଲାରେ ରାହୁଲ-ପ୍ରିୟଙ୍କାଙ୍କ ସମେତ ୫ ଜଣଙ୍କୁ ହାଥରସ୍ ଯିବାକୁ ଅନୁମତି । ବହୁବାଦ ବିବାଦ ପରେ ହାଥରସ୍ ଯିବାକୁ ମଞ୍ଜୁରି ଦେଲେ ଉତ୍ତରପ୍ରଦେଶ ସରକାର । ତେବେ ହାଥରସ ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକଙ୍କୁ ଭେଟିବା ଏବଂ ହାଥରସ ଯିବାକୁ କଟକଣା ଲାଗାଇଥିଲେ ଯୋଗୀ ସରକାର । ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ବାରଣ କରାଯାଇଥିଲା ।
୧୪୪ ଧାରା ଲଗାଇ ସମ୍ପୂର୍ଣ୍ଣ ଅଞ୍ଚଳକୁ ସୁରକ୍ଷା ବଳୟରେ ଆବଦ୍ଧ କରି ଅଭେଦ୍ୟ ଦୁର୍ଗ କରାଯାଇଥିଲା । ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଓ ପ୍ରିୟଙ୍କା ଗାନ୍ଧୀ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇ ହଟହଟା ହୋଇଥିଲେ । ତାଙ୍କୁ ଭେଟିବାକୁ ଦିଆଯିବା ତ ଦୂରର କଥା ଅଧାବାଟରୁ ପୋଲିସ୍ ପ୍ରଶାସନ ଉଠାଇନେଇଥିଲା । ଏହାପରେ ସମାଜବାଦୀ ପାର୍ଟିର ନେତାଙ୍କୁ ମଧ୍ୟ ସମାନ ହଟହଟା ହେବାକୁ ପଡ଼ିଥିଲା । ହେଲେ ଏସବୁ ପ୍ରତିବାଦ ପରେ ଆଜି ଯୋଗୀ ସରକାର କଟକଣା ହଟାଇଛନ୍ତି କେବଳ ରାହୁଲ-ପ୍ରିୟଙ୍କାଙ୍କ ସମେତ ୫ ଜଣକୁ ହାଥରସ୍ ଯିବାକୁ ଅନୁମତି ଦିଆଯାଇଛି ।



Visitors Today : 0
Total Visitors : 130213
Total Views : 9891684
Visitors Online Now : 0