ପୁରୀ : ପୁରୀ ସ୍ବର୍ଗଦ୍ବାରରେ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମହାରଥୀଙ୍କ ପାର୍ଥିବ ଶରୀରକୁ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯାଦା ସହ ତାଙ୍କର ଶେଷକୃତ୍ୟ କରାଯାଇଛି । ତାଙ୍କୁ ଭଲ ପାଉଥିବା ଲୋକ, ପରିବାର ସଦସ୍ୟ ଏବଂ ବିଭିନ୍ନ ଦଳର ନେତାଙ୍କ ଭିଡ ଜମିଥିଲା । ତାଙ୍କ ପୁଅ ରୁଦ୍ର ମହାରଥୀ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ବେଳକୁ ମହାରଥୀଙ୍କୁ ୬୫ବର୍ଷ ବୟସ ହୋଇଥିଲା ।
ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛି। ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବରିଷ୍ଠ ବିଜେଡ଼ି ନେତା ପ୍ରଦୀପ ମହାରଥୀଙ୍କ ସ୍ବାସ୍ଥ୍ୟାବସ୍ଥା ଗତକାଲି ହଠାତ ଗୁରୁତର ହୋଇପଡ଼ିଥିଲା। ଏହାପରେ ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ମାତ୍ର ଡାକ୍ତରମାନଙ୍କ ସବୁ ପ୍ରଚେଷ୍ଟା ସତ୍ତ୍ବେ ମହାରଥୀଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇ ନ ଥିଲା। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ପ୍ରତିଭା ମହାରଥୀ, ପୁଅ ରୁଦ୍ରପ୍ରତାପ ଓ ଝିଅ ପଲ୍ଲବୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।
ମହାରଥୀଙ୍କ ପାର୍ଥିବ ଶରୀରକୁ ପ୍ରଥମେ ଭୁବନେଶ୍ବର ସ୍ଥିତ ତାଙ୍କ ସରକାରୀ ବାସଭବନ ନିଆଯାଇଥିଲା। ସେଠାରୁ ବିଧାନସଭା ପରିସରକୁ ନିଆଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହାପରେ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ମହାରଥୀଙ୍କ ପାର୍ଥିବ ଶରୀର ନିଆଯାଇଥିଲା। ସେଠାରୁ ପିପିଲି ସ୍ଥିତ ପୈତୃକ ବାସଭବନ ନିଆଯାଇଥିଲା। ସେଠାରେ ପିପିଲି ନିର୍ବାଚନମଣ୍ଡଳୀର ବହୁ ସଂଖ୍ୟାରେ ଲୋକେ ତାଙ୍କ ଅନ୍ତିମ ଦର୍ଶନ କରିଥିଲେ ।



Visitors Today : 2
Total Visitors : 130537
Total Views : 9892086
Visitors Online Now : 0