ନୂଆଦିଲ୍ଲୀ: ଦିଲ୍ଲୀରେ ସବୁ ସ୍କୁଲ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ଏ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ସବୁ ସ୍କୁଲ ଅକ୍ଟୋବର ୧୫ରୁ ଖୋଲିବା ନେଇ ଅନୁମତି ଦେଇ ଥିଲେ। ମାତ୍ର ଅରବିନ୍ଦ କେଜରିଓ୍ବାଲ ସରକାର ସେପ୍ଟେମ୍ବର ୧୮କୁ ଜାରି କରିଥିବା ଆଦେଶରେ ଅକ୍ଟୋବର ୫ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ କହିଥିଲେ। ମାତ୍ର ଏବେ ଏହାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ତେବେ ଖୁଶୀଘ୍ର ଏ ଅର୍ଡର ଜାରି ହୋଇଯିବ ବୋଳି ସିସୋଦିଆ କହିଛନ୍ତି।
କେନ୍ଦ୍ର ଯଦିଓ ସ୍କୁଲ ଖୋଲିବା ନେଇ ଅନୁମତି ଦେଇଛି ମାତ୍ର କରୋନା ସମସ୍ତ ନିୟମ ପାଳନ କରିବାକୁ କୁହାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସଓପି) ଜାରି କରିଛନ୍ତି। ତେବେ ସରକାର ଚାହୁଁଛନ୍ତି ଅନଲାଇନ୍ ମୋଡରେ ପଢ଼ାକୁ ପ୍ରାଥମିକତା ଦିଆଯାଉ। ଯଦି ପିଲା ଅନଲାଇନରେ ପଢ଼ିବାକୁ ଚାହାନ୍ତି ତାହେଲେ ସ୍କୁଲକୁ ଏନେଇ ଅନୁମତି ଦେବାକୁ ହେବ।
କିଛି ସର୍ଭେରେ ଦେଖାଯାଇଛି ଏବେ ଅଭିଭାବକ ପିଲାମାନଙ୍କୁ ସ୍କୁଲ ଛାଡିବାକୁ ଚାହୁଁ ନାହାନ୍ତି। ପ୍ରାୟ ୭୧ ପ୍ରତିଶତ ଅଭିଭାବକ ସ୍କୁଲ ଛାଡିବାକୁ ପିଲାଙ୍କୁ ଅରାଜି ଅଛନ୍ତି। ଅନ୍ୟପଟେ ୨୦ ପ୍ରତିଶତ ଏଥିରେ ହଁ ଭରି ଥିବା ବେଳେ ୯ ପ୍ରତିଶତ ଏହାକୁ ନେଇ ଅନିଶ୍ଚିତତାରେ ଅଛନ୍ତି। ଏପରିକି କିଛି ଅଭିଭାବକଙ୍କୁ ଲାଗୁଛି ଅକ୍ଟୋର ନଭେମ୍ବରରେ କୋଭିଡ୍ ପିଲାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।



Visitors Today : 2
Total Visitors : 130537
Total Views : 9892086
Visitors Online Now : 0