ଗୁରୁଗ୍ରାମ: ପୁଣି ଏକ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀ ନିକଟସ୍ଥ ଗୁରଗ୍ରାମଠାରେ ଜଣେ ମହିଳାଙ୍କୁ ନିର୍ମମ ଭାବେ ଚାରି ଜଣ ଗଣଦୁଷ୍କର୍ମ କରିଛନ୍ତି।
ଚାରି ଜଣ ବ୍ୟକ୍ତି ଜଣେ ୩୨ ବର୍ଷୀୟା ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ପରେ ଅମାନବୀୟ ଭାବେ ମାଡ଼ ମାରିଥିବା ଜଣାପଡ଼ିଛି। ଫଳରେ ପୀଡ଼ିତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ପୀଡ଼ିତାଙ୍କୁ ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲକୁ ଚିକିତ୍ସା ଲାଗି ସ୍ଥାନାନ୍ତର କରାଯାଇଛି।
ଗୁରୁଗ୍ରାମ ପୁଲିସ ମୁତାବକ, ଘଟଣାଟି ସହର ନିକଟରେ ପୋଶ ଅଞ୍ଚଳରେ ଡିଏଲଏଫ ଫେଜ୍-୨ରେ ଘଟିଛି। ଗୁରୁଗ୍ରାମ ପୁଲିସ ଏନେଇ ମାମଲା ରୁଜୁ କରି ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।
ଚାରି ଅଭିଯୁକ୍ତ ଡେଲିଭରି ବୟ ଭାବେ କାମ କରନ୍ତି। ସେମାନଙ୍କ ନାମ ହେଲା, ପଙ୍କଜ, ପଓ୍ୱନ, ରଞ୍ଜନ ଏବଂ ଗୋବିନ୍ଦ। ପୁଲିସ କହିବା ଅନୁସାରେ ଚାରିଜଣ ଅଭିଯୁକ୍ତଙ୍କୁ କଡ଼ା ଜେରା କରାଯାଉଛି। ଅନ୍ୟପଟେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ନ ଥିବାରୁ ବର୍ତ୍ତମାନ ସୁଦ୍ଧା ତାଙ୍କ ବୟାନ ରେକର୍ଡ କରାଯାଇନାହିଁ।



Visitors Today : 2
Total Visitors : 130537
Total Views : 9892086
Visitors Online Now : 0