ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବଂ ସାମରିକ ଅଚଳାବସ୍ଥାର ମୀମାଂସା ନିମନ୍ତେ ଅକ୍ଟୋବର ୧୨ ତାରିଖ ଦିନ ଦୁଇ ଦେଶ କର୍ପସ୍ କମାଣ୍ଡରସ୍ତରୀୟ ଆଲୋଚନା କରିବେ ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ, ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସାମରିକ ଅଚଳବସ୍ଥାର ସମାଧାନ ଲାଗି ଅକ୍ଟୋବର ୧୨ ତାରିଖ ଦିନ ପୂର୍ବ ଲଦାଖରେ ଭାରତ ଓ ଚୀନ୍ କର୍ପସ୍ କମାଣ୍ଡରସ୍ତରୀୟ ଆଲୋଚାନ କରିବେ। ଏ ପର୍ଯ୍ୟନ୍ତ ଦୁଇ ଦେଶ ଛଅ ପର୍ଯ୍ୟାୟ କର୍ପସ୍ କମାଣ୍ଡରସ୍ତରୀୟ ଆଲୋଚନା କରି ସାରିଲେଣି। ସେପ୍ଟେମ୍ବର ୨୧ ତାରିଖରେ ୧୩ ଘଣ୍ଟା କାଳ ଆଲୋଚନା ପରେ ଲଦାଖ ଅଚଳାବସ୍ଥା ସମ୍ବନ୍ଧରେ ଭାରତ ଓ ଚୀନ୍ ମଧ୍ୟରେ ଷଷ୍ଠ କର୍ପସ୍ କମାଣ୍ଡରସ୍ତରୀୟ ଶେଷ ହୋଇଥିଲା। କିନ୍ତୁ, ଭାରତୀୟ ପ୍ରତିନିଧିମାନେ ସମସ୍ତ ଫ୍ଲାସ୍ ପଏଣ୍ଟ୍ରୁ ବ୍ୟାପକସଂଖ୍ୟକ ସୈନ୍ୟ ଅପସାରଣ ଏବଂ ପୂର୍ବ ସ୍ଥିତାବସ୍ଥା ବଜାୟ ରଖିବାକୁ ଦାବି କରିବାରୁ ଏହି ଆଲୋଚନା ଅମୀମାଂସିତ ରହିଥିଲା। ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଅନ୍ୟୂନ ତିନୋଟି ଗୁଳିକାଣ୍ଡ ଘଟଣା ଘଟିବାରୁ ଦୀର୍ଘ ଏକ ମାସରୁ ଅଧିକ ସମୟ ପରେ ଦୁଇ ଦେଶ ମଧ୍ୟରେ ଏହି କର୍ପସ୍ କମାଣ୍ଡର୍ସ୍ତରୀୟ ଆଲୋଚନା ହୋଇଥିଲା। ଭାରତୀୟ ସୀମା ମଧ୍ୟରେ ଥିବା ମୋଲଦୋ ହଟ୍ ସମ୍ମୁଖ ପାର୍ଶ୍ବରେ ଏହି କର୍ପସ୍ କମାଣ୍ଡରସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଥିଲା।



Visitors Today : 2
Total Visitors : 130537
Total Views : 9892086
Visitors Online Now : 0