ଦୁବାଇ: କରୋନା କଟକଣା ଭିତରେ ଇସଲାମର ପବିତ୍ର ଧାର୍ମିକ ସ୍ଥଳ ମକ୍କାରେ ଚଳିତବର୍ଷ ପାରମ୍ପରିକ ‘ଉମରାହ’ ଆରମ୍ଭ ହୋଇଛି । ରବିବାର ଏକ ଛୋଟ ଧାର୍ମିକଦଳ ଉମରା ଲାଗି ମକ୍କାରେ ପହଞ୍ଚିଛନ୍ତି। କୋଭିଡ-୧୯ ମହାମାରୀ ଲାଗି ସାଉଦି ସରକାର ଗତ ମାର୍ଚ୍ଚ ମାସରେ ଉମରାହ କଟକଣା ଜାରି କରିଥିଲେ। ଏଣୁ ଦେଶବିଦେଶରୁ ତୀର୍ଥଯାତ୍ରୀଙ୍କ ଆଗମନ ବ୍ୟାହତ ହୋଇଥିଲା। ତେବେ ସରକାର କଟକଣା କୋହଳ କରିବା ପରେ ଉମରାହରେ ଦେଶବିଦେଶର ତୀର୍ଥଯାତ୍ରୀ ସାମିଲ ହୋଇପାରିବେ ବୋଲି ଆଶା କରାଯାଉଛି। ଉମରାହ ନିମନ୍ତେ ସରକାର କଟକଣା କୋହଳ କରିବା ପରେ ରବିବାର ସର୍ବାଧିକ ୬ ହଜାର ଲୋକେ ମକ୍କା ମସଜିଦରେ ଆରାଧନା କରିଥିବା ଜଣାପଡିଛି।ଆଗ୍ରହୀ ତୀର୍ଥଯାତ୍ରୀ ପୂର୍ବରୁ ଆବେଦନ କରିବେ। ଆବେଦନ କନଫର୍ମ କରିବା ପରେ ଉମରା ଯାତ୍ରାରେ ଯାଇପାରିବେ। ସେପଟେ ସରକାରଙ୍କ ପକ୍ଷରୁ ମସଜିଦର ସାନିଟାଇଜେସନ ଉପରେ ପ୍ରାଥମିକତା ଦିଆଯାଇଛି। ଏଣୁ ତୀର୍ଥ ଯାତ୍ରୀଙ୍କୁ ମସଜିଦ ପରିସରରେ ସର୍ବାଧିକ ୩ ଘଣ୍ଟା ରହିବାକୁ ଅନୁମତି ଦିଆଯାଉଥିବା ବେଳେ ବାରମ୍ବାର ପରିସରକୁ କିଟାଣୁ ମୁକ୍ତ କରାଯାଉଛି।



Visitors Today : 2
Total Visitors : 130224
Total Views : 9891699
Visitors Online Now : 0