ଭୁବନେଶ୍ବର : ୨୪ ଘଣ୍ଟା ମଧ୍ୟରେ ୨୬୧୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୫୩୩୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୨୧ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୦୯୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୧୫ଜଣ , ବାଲେଶ୍ୱର ଜିଲ୍ଲାରୁ ୭୯ଜଣ, ବରଗଡ଼ ଜିଲ୍ଲାରୁ ୧୪୮, ଭଦ୍ରକ ଜିଲ୍ଲାରୁ ୪୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦୯ଜଣ, ବୌଦ୍ଧ ଜିଲ୍ଲାରୁ ୧୮ଜଣ, କଟକ ଜିଲ୍ଲାରୁ ୧୩୬ଜଣ, ଦେଓଗଡ଼ ଜିଲ୍ଲାରୁ ୧୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୪ଜଣ, ଗଜପତି ଜିଲ୍ଲାରୁ ୭ଜଣ, ଗଞ୍ଜାମ ଜିଲ୍ଲାର ୪୩ଜଣ, ଜଗତସିଂହପୁର ଜିଲ୍ଲାରୁ ୪୫ଜଣ, ଯାଜପୁର ଜିଲ୍ଲାରୁ ୧୧୨ଜଣ, କଳାହାଣ୍ଡି ଜିଲ୍ଲାରୁ ୪୪ଜଣ, କନ୍ଧମାଳ ଜିଲ୍ଲାରୁ ୩୨ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩୨ଜଣ, କେନ୍ଦୁଝର ଜିଲ୍ଲାରୁ ୧୦୭ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦୬ଜଣ, କୋରାପୁଟ ଜିଲ୍ଲାରୁ ୪୩ଜଣ, ମାଲକାନଗିରି ଜିଲ୍ଲାରୁ ୬୭ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୦୧ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୯ଜଣ, ନୟାଗଡ଼ ଜିଲ୍ଲାରୁ ୩୮ଜଣ, ନୂଆପଡ଼ା ଜିଲ୍ଲାରୁ ୫୮ଜଣ, ପୁରୀ ଜିଲ୍ଲାରୁ ୭୯ଜଣ, ରାୟଗଡ଼ା ଜିଲ୍ଲାରୁ ୨୬ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୬ଜଣ, ସୋନପୁର ଜିଲ୍ଲାରୁ ୨୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୧ଜଣ ରହିଛନ୍ତି ।



Visitors Today : 2
Total Visitors : 130224
Total Views : 9891699
Visitors Online Now : 0