କୋରାପୁଟ : କରୋନା କାଳରେ କୋରାପୁଟ ଲମତାପୁଟରେ ଆୟୋଜନ ହୋଇଛି ଫୁଟବଲ୍ ମ୍ୟାଚ୍। ମ୍ୟାଚ୍ ଦେଖିବାକୁ ପଡିଆ ଚାରିପଟେ ଏକାଠି ଜମିଛନ୍ତି ଶହ ଶହ ଲୋକ । ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଚିୟରଗାର୍ଲଙ୍କ ନାଚ ବି ଚାଲିଛି । ଶହ ଶହ ଲୋକ ଏକାଠି ହୋଇ ବିନା ସାମାଜିକ ଦୂରତା ଏବଂ ବିନା ମାସ୍କରେ ଫୁଟବଲ୍ ମ୍ୟାଚ୍ ସହିତ ମଡର୍ଣ୍ଣ ଡ୍ୟାନ୍ସର ବି ମଜା ନେଉଛନ୍ତି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଆୟୋଜନ ହୋଇଛି ଏପରି ଫୁଟବଲ୍ ମ୍ୟାଚ । ଏଥିରେ ଅତିଥୀ ଭାବେ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଅଧିକାରୀ ଯୋଗ ଦେଇ ଏହାର ଦେଖଣାହାରି ପାଲଟିଛନ୍ତି ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0