spot_img

ବ୍ୟାଙ୍କ ଲୁଟ୍ ଘଟଣାରେ ନୂଆ ଖୁଲାସା ,ଋଣ ଟଙ୍କା ଶୁଝି ନ ପାରି ବ୍ୟାଙ୍କ ଲୁଟ୍

ଭୁବନେଶ୍ୱର: ଭୁବନେଶ୍ୱର ୨ଟି ବ୍ୟାଙ୍କ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ । ସାମ୍ବାଦିକ ସମ୍ମିଳନୀ କରି ଲୁଟ୍ ଓ  ଅଭିଯୁକ୍ତଙ୍କ ସଂପର୍କରେ ସବିଶେଷ ବିବରଣୀ ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଭୁବନେଶ୍ୱର ନନ୍ଦନବିହାର ବରିମୁଣ୍ଡ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଲୁଟ୍ ଘଟଣାରେ ମାଷ୍ଟରମାଇଣ୍ଡ ୨୫ ବର୍ଷିୟ ସୌମ୍ୟରଞ୍ଜନ ଜେନାଙ୍କୁ ଗିରଫ କରାଯାଇଛି ।

ଏହାସହ ଅଭିଯୁକ୍ତଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । ସେ ବ୍ୟାଙ୍କ ଋଣ ସୁଝିବା ପାଇଁ ଲୁଟ୍ କରିଥିବା ଜଣାପଡିଛି । ଯେଉଁ ବ୍ୟାଙ୍କରୁ ଅଭିଯୁକ୍ତ ଲୁଟ୍ କରିଛି ସେହି ବ୍ୟାଙ୍କରେ ତାର ଆକାଉଁଟ ରହିଛି । ବ୍ୟାଙ୍କ ଲୁଟର ମାଷ୍ଟର ମାଇଣ୍ଡ ସୌମ୍ୟରଞ୍ଜନକୁ ଗିରଫ କରିବା ସହ ଲୁଟରେ ବ୍ୟବହୃତ ଗାଡି ଓ ବନ୍ଧୁକ ଜବତ କରିଛି ପୁଲିସ । ତେବେ ଲୁଟ କରିବା ପୂର୍ବରୁ ୟୁଟ୍ୟୁବରୁ ଲୁଟର ତରିକା ଶିଖିଥିଲା ଅଭିଯୁକ୍ତ ।

ଅଭିଯୁକ୍ତ ସୌମ୍ୟରଞ୍ଜନ ବ୍ୟାଙ୍କରୁ ୧୯ ଲକ୍ଷ ଟଙ୍କା ଋଣ ନେଇ ବ୍ୟବସାୟ ଆରମ୍ଭ କରିଥିଲା । ତେବେ ଲକଡାଉନ ବ୍ୟବସାୟ ମାନ୍ଦା ଥିବାରୁ ସେ ଋଣ ସୁଝି ପାରିନଥିଲା । ଲୁଟ୍ ଅଭିଯୋଗ ଆସିବା ପରେ କମିଶନରେଟ ପୁଲିସ ଚତୁରତାର ସହ ତଦନ୍ତ କରି ଅପରାଧିକୁ ଗିରଫ କରିଥିବା ପୁଲିସ କମିଶନର କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular