ଭୁବନେଶ୍ୱର: ଆଜି ଜେଇଇ ଆଡଭାନ୍ସଡ୍ ଫଳାଫଳ ଆଇଆଇଟି-ଦିଲ୍ଲୀ ଦ୍ୱାରା ଘୋଷଣା କରାଯାଇଛି। କମନ୍ ରାଙ୍କ୍ ଲିଷ୍ଟରେ ୭୩ ନମ୍ବର ସହିତ ଶିବାଶିଷ ରାଉତ ଓଡ଼ିଶାରୁ ଶୀର୍ଷରେ ରହିଛନ୍ତି। ଏହା ସହ ଜେଇଇ ଆଡଭାନ୍ସଡ୍ ୨୦୨୦ ରେ କମନ୍ ରାଙ୍କ୍ ଲିଷ୍ଟରେ ଚିରାଗ ଫାଲୋର ୧ନମ୍ବରରେ ରହିଛନ୍ତି। ଚଳିତ ବର୍ଷ କୌଣସି ଛାତ୍ରୀ ଜେଇଇ ଆଡଭାନ୍ସଡ୍ ୨୦୨୦ ର ଟପ୍ ୧୦ରେ ସ୍ଥାନ ପାଇବାରେ ସଫଳ ହୋଇ ନଥିବା ଜଣା ପଡ଼ିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ ‘ନିଶଙ୍କ’ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ସମସ୍ତ ଛାତ୍ର-ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ jeeadv.ac.in ରେ ଅନଲାଇନରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଅଫିସିଆଲ୍ ୱେବସାଇଟରେ ସେମାନଙ୍କର ରୋଲ୍ ନମ୍ବର ଏବଂ ପାସୱାର୍ଡ ବ୍ୟବହାର କରି ସେମାନେ ସେମାନଙ୍କର ସ୍କୋରକାର୍ଡ ଏବଂ ରାଙ୍କ୍ କାର୍ଡ ଡାଉନଲୋଡ୍ କରିପାରିବେ ।



Visitors Today : 0
Total Visitors : 130307
Total Views : 9891810
Visitors Online Now : 0