spot_img

ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ ଅଛୁ: ରାକେଶ କୁମାର ସିଂ ଭଦୋରିଆ

ଲଦାଖ: ଲଦାଖରେ ଚୀନ୍ ସହ ଚାଲିଥିବା ତିକ୍ତତା ମଧ୍ୟରେ ମୁହଁ ଖୋଲିଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ରାକେଶ କୁମାର ସିଂ ଭଦୋରିଆ । ସେ କହିଛନ୍ତି , ଚୀନ ସହ ସବୁ ପରିସ୍ଥିତିରେ ଆମେ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ । ଏପରିକି ଚୀନ ସହ ଯୁଦ୍ଧ ପାଇଁ ମଧ୍ୟ ଆମେ ପ୍ରସ୍ତୁତ ଅଛୁ । ଚୀନକୁ ସାମ୍ନା କରିବାକୁ ବାୟୁସେନାର ପ୍ରସ୍ତୁତି ଭଲ ଅଛି । ଆମେ ସବୁ ସ୍ଥାନରେ ଯବାନ ନିୟୋଜିତ କରିଛୁ । ଯୁଦ୍ଧ ଲଢିବା ପାଇଁ ମଜବୁତ କ୍ଷମତା ଆବଶ୍ୟକ । ଆମେ ଦେଶବାସୀଙ୍କୁ ବିଶ୍ୱାସ ଦେଉଛୁ ଆମ ପାଖରେ ସେହି କ୍ଷମତା ରହିଛି । ନିକଟରେ ବାୟୁସେନାରେ ଯୋଗ ଦେଇଥିବା ଲଢୁଆ ବିମାନ ରାଫେଲ ଭାରତୀୟ ବାୟୁସେନାର ଶକ୍ତି ବଢାଇଛି । ଆମେ ଦୁଇଟି ଯାକ ଫ୍ରଣ୍ଟରେ ଯୁଦ୍ଧ ସହ ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ ଅଛୁ ବୋଲି କହିଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ।
ଚଳିତ ବର୍ଷ ଅକ୍ଟୋବର ୮ ତାରିଖରେ ୮୮ ତମ ବାୟୁସେନା ଦିବସ ପାଳନ କରାଯିବ । ଗାଜିଆବାଦର ହିଡନ ଏୟାରବେସରେ ପରେଡ ବେଳେ ବିଭିନ୍ନ ବିମାନର ପ୍ରଦର୍ଶନ କରାଯିବ । ୧୯୩୨ ମସିହାରେ ଭାରତୀୟ ବାୟୁସେନା ସ୍ଥାପନାର ଉପଲବ୍ଧି ପାଇଁ ଭାରତୀୟ ବାୟୁସେନା ଦିବସ ପାଳନ କରାଯାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular