spot_img

ପୋଲ ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁରର ଖାତିଗୁଡା ନିକଟସ୍ତ ଇନ୍ଦ୍ରାବତୀ ପୋଲ ନିକଟରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତଦେହ ଉଦ୍ଧାର କରିଛି ନବରଙ୍ଗପୁରର ଖାତିଗୁଡା ପୋଲିସ୍ । ମୃତ ଯୁବତୀ ହେଲେ ଖାତିଡା ଅଭି ପ୍ରଧାନଙ୍କ ଝିଅ ମିନତୀ ପ୍ରଧାନ।
ସୂଚନାଅନୁଯାୟୀ ଖାତିଗୁଡାରୁ ମୋଞ୍ଚାଗାଁ ଯିବା ରାସ୍ତା ଇନ୍ଦ୍ରାବତୀ ପୋଲ ତଳେ ଯୁବତୀଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଉଦ୍ଧାର କରିଛି। ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ପୋଲିସ୍ ସନ୍ଦେହ କରୁଛି।
ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବା ବୋଲି ଥାନା ଅଧିକାରୀ କହିଛନ୍ତି। କିଏ ଓ କାହିଁକି ହତ୍ୟା ତାହା, ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ସ୍ଥାନୀୟ ଅଞ୍ଚଳରେ ଲୋକେ ଯୁବତୀଙ୍କ ମୃତଦେହ ନିକଟରେ ରୁଣ୍ଡ ହୋଇ ଘେରି ରହିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular