ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଦେଶର ଅଗ୍ରଣୀ ଟ୍ରାକ୍ଟର କମ୍ପାନୀ ସୋନାଲିକା ରେକର୍ଡ କରିଛି । ଏହି ଛଅ ମାସରେ କମ୍ପାନୀ ୬୩,୫୬୧ଟି ଟ୍ରାକ୍ଟର ବିକ୍ରି କରି ରେକର୍ଡ କରିଛି । ଉଭୟ ଦେଶ ଓ ବିଦେଶରେ କଂପାନିର ଟ୍ରାକ୍ଟର ପାଇଁ ଚାହିଦା ରହିଥିଲା। କେବଳ ସେପ୍ଟେମ୍ବର ମାସରେ କଂପାନି ୧୭,୭୦୪ ଟ୍ରାକ୍ଟର ବିକ୍ରି କରିଛି। ଏ ସମ୍ପର୍କରେ କଂପାନିର କାର୍ୟ୍ୟନିର୍ବାହୀ ନିର୍ଦେଶକ ରମଣ ମିତ୍ତଲ କହିଛନ୍ତି ଯେ ଟ୍ରାକ୍ଟର ବିକ୍ରିରେ କଂପାନି ଐତିହାସିକ ସଫଳତା ହାସଲ କରିଥିବାରୁ ମୁଁ ବହୁତ ଖୁସି। ଚାଷୀମାନଙ୍କ ତରଫରୁ ଚାହିଦା ବୃଦ୍ଧି ପାଇବାରୁ ଆମେ ଏହି ସଫଳତା ହାସଲ କରିଛୁ। କୌଣସି ଗୋଟିଏ ବର୍ଷର ପ୍ରଥମ ଛଅ ମାସ ଭିତରେ ଆମେ ପୂର୍ବରୁ ଏତେ ଅଧିକ ଟ୍ରାକ୍ଟର କେବେ ବିକ୍ରି କରିନଥିଲୁ। କଂପାନିର ଟ୍ରାକ୍ଟର ଟାଇଗର, ସିକନ୍ଦର, ଡିଏଲଏକ୍ସ, ମହାବଳି ଓ ଛତ୍ରପତି ମଡେଲ୍ ଗ୍ରାହକଙ୍କ ଦ୍ବାରା ବିଶେଷ ଭାବେ ଆଦୃତ ହୋଇଛି। କଂପାନି ନିକଟରେ ଟ୍ରାକ୍ଟରର ୪ଟି ନୂଆ ମଡେଲ୍ ଉନ୍ମୋଚନ କରିଥିଲା।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0