ଭୁବନେଶ୍ୱର : OJEE ପରୀକ୍ଷା ପାଇଁ ଏସ୍ଓପି ଜାରି କଲେ ରାଜ୍ୟ ସରକାର। ପରୀକ୍ଷା କେନ୍ଦ୍ରରେ କୋଭିଡ଼ ନିୟମକୁ କଡ଼ାକଡ଼ା ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ପ୍ରତି କେନ୍ଦ୍ରରେ ୫୦ପ୍ରତିଶତ ସିଟରେ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେବେ । ଯେଉଁ ପରୀକ୍ଷାର୍ଥୀଙ୍କ ନିକଟରେ କୋଭିଡ଼ ଲକ୍ଷଣ ଥିବ ସେମାନେ ଆଇସୋଲେଟେଡ୍ ହଲରେ ଦେବେ ପରୀକ୍ଷା। ସେହିପରି ପରୀକ୍ଷା ପୂର୍ବରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ସାନିଟାଇଜ କରାଯିବ। ସମସ୍ତ ପରୀକ୍ଷାର୍ଥୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏପରିକି ପରୀକ୍ଷା ନିରୀକ୍ଷକ ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧିବା ବାଧ୍ୟତାମୂଳକ। ସେଣ୍ଟରରେ ପ୍ରବେଶ କରିବା ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀଙ୍କ ତାପମାତ୍ରା ମପାଯିବ ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0