ଭୁବନେଶ୍ୱର : ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଦେଶ କଂଗ୍ରେସ ରାଜ୍ୟ ପ୍ରଭାରୀ ସାଂସଦ ଏ.ଚେଲ୍ଲାକୁମାର। ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ଭୁବନେଶ୍ୱରରେ ରହଣି ସମୟରେ ସେ ଦଳର ବରିଷ୍ଠ ନେତା, ସଭାପତି, କଂଗ୍ରେସ ବିଧାୟକ ଦଳ ନେତା, ପୂର୍ବତନ ସଭାପତି, ମହିଳା କଂଗ୍ରେସ, କିଷାନ କଂଗ୍ରେସ ଓ ଛାମୁଆ ସଂଗଠନର ନେତାମାନଙ୍କ ସହ ଦଳର ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହାସହିତ ୧୦ ତାରିଖରେ ବାଲେଶ୍ୱର ଗସ୍ତ କରି ଚାଷୀ ବଞ୍ଚାଅ ରାଲିରେ ଯୋଗଦେବା ସହ ବାଲେଶ୍ୱର ସଦର ପାଇଁ ହେବାକୁ ଥିବା ଉପନିର୍ବାଚନ ବୈଠକରେ ଯୋଗଦେବେ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0