ମୁମ୍ବାଇ ୧୨/୦୭ : ଗତକାଲି ରାତିରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ | ଉଭୟଙ୍କୁ ମୁମ୍ବାଇ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ବାପା-ପୁଅ କରୋନାରେ ଆକ୍ରାନ୍ତ ହେବାପରେ ପରିବାର ସଦସ୍ୟଙ୍କ କରୋନା ଯାଞ୍ଚ କରାଯାଇଥିଲା | ଜୟା ବଚ୍ଚନ, ଐଶ୍ୱର୍ୟ୍ୟା ରାୟଙ୍କ କରୋନା ଯାଞ୍ଚ କରାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ ଆସିଥିଲା | କିନ୍ତୁ ବର୍ତ୍ତମାନ ଐଶ୍ୱର୍ୟ୍ୟାଙ୍କ ଫାଇନାଲ ରିପୋର୍ଟରେ କରୋନା ପଜିଟିଭ ଆସିଛି | ଐଶ୍ୱର୍ୟ୍ୟା ରାୟ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଜୟା ବଚ୍ଚନ, ଅମିତାଭଙ୍କ ଝିଅ ଶ୍ଵେତା ନନ୍ଦା ଏବଂ ନାତି ଅଗସ୍ତ୍ୟା ନନ୍ଦାଙ୍କ ରିପୋର୍ଟ ନେଗେଟିଭ ଆସିଛି | ବଚ୍ଚନ ପରିବାରର ୪ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି



Visitors Today : 2
Total Visitors : 130168
Total Views : 9891613
Visitors Online Now : 0