କଟକ ମହାନଗର ନିଗମ ଅଂଚଳରୁ ଉଠିଲା ସଟଡାଉନ କଟକଣା । ଆସନ୍ତାକାଲିଠାରୁ ସହରରେ ସମସ୍ତ ଦୋକାନବଜାର ଖୋଲିବ । ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବାକୁ କଟକ ମହାନଗର ନିଗମ ଅନୁମତି ଦେଇଛି । ତେବେ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କଟକଣା ବଳବତ୍ତର ରହିବ । ଆବଶ୍ୟକ ଅନୁମତି ନେଇ ମେଡିକାଲ କାମ ପାଇଁ ଆନ୍ତଃ-ଜିଲ୍ଲା ଚଳାଚଳକୁ ଅନୁମତି ଦିଆଯାଇଛି ।
After reviewing the current situation, We have decided to lift the #Shutdown restrictions imposed in #Cuttack city – CMC area. (Applicable from 13.7. 2020)
Please note the #WeekendShutdown regulations will be followed as usual. Kindly refer to the Order for details. pic.twitter.com/ZOrjxYzgTV
— CMC,Cuttack (@CMCCuttack) July 12, 2020
ସେହିଭଳି ସରକାର ଅଫିସଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିପାରିବ । ହୋଟେଲ ଓ ରେସ୍ତରୋଁଗୁଡିକରେ କେବଳ ପାର୍ସଲ ନେବାକୁ ଅନୁମତି ଦିଆଯାଇଛି । ତେବେ ସପ୍ତାହର ଦୁଇଦିନ ଶନିବାର ଓ ରବିବାର ସଟଡାଉନ ବଳବତ୍ତର ରହିବ । ସେହିଭଳି ରାଣୀହାଟ ମାଳିସାହି ଅଂଚଳରେ ଜାରି କରାଯାଇଥିବା କଂଟେନମେଂଟ ଅଂଚଳକୁ ବି ପ୍ରତ୍ୟାହାର କରିନିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0