ଯାଜପୁର : ରୋଷେଇ ସାରି ଗ୍ୟାସ ବନ୍ଦ କରୁଥିବା ବେଳେ ହଠାତ୍ ଟାଙ୍କିରେ ନିଆଁ ଲାଗିଯାଇଥିଲା । ଘଟଣା ଘଟିଛି ଯାଜପୁର ଜିଲ୍ଲା ଅଣକା ପଞ୍ଚାୟତର ମହାଦେଇପୁର ଗାଁର ଗୋବିନ୍ଦ ଚନ୍ଦ୍ର ରାଉତଙ୍କ ଘରେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ରୋଷେଇ ସାରି ଗ୍ୟାସ ବନ୍ଦ କରୁଥିବା ବେଳେ ହଠାତ୍ ଟାଙ୍କି ନିକଟରେ ନିଆଁ ଲାଗିଯିବା ଦେଖି ଘରର ମହିଳା ଜଣଙ୍କ ଚିତ୍କାର କରି ଡାକ ପକାଇଲେ ଓ ତୁରନ୍ତ ଘରୁ ପ୍ରାଣବିକଳରେ ଦୌଡ଼ି ପଳାଇ ଆସିଲେ। ସ୍ଥାନୀୟ ଲୋକଙ୍କ ବହୁ ଚେଷ୍ଟା ସତ୍ତ୍ୱେ ନିଆଁକୁ ଅକ୍ତିଆର କରିବାରିରେ ସମ୍ଭବ ହୋଇନଥିବାରୁ ଚଣ୍ଡିଖୋଲ ଅଗ୍ନିଶ୍ରମ ବିଭାଗକୁ ଜଣାଯାଇଥିଲା । ଖବର ପାଇ ଅଗ୍ନିଶ୍ରମ ବାହିନୀ ପହଁଛି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା । ଯାହାଫଳରେ କି ବହୁ କ୍ଷୟକ୍ଷତିରୁ ବର୍ତ୍ତିଯାଇଛନ୍ତି । ଏତେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ପରିବାର ଲୋକେ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0