spot_img

ହାଥରସରେ ପୁଣି ଲଜ୍ଜା

ହାଥରସ୍‌: ୧୫ ଦିନ ପୂର୍ବରୁ ସାଦାବାଦ କ୍ଷେତ୍ରର ମଇ ଜଟୋଇ ନିବାସୀ ୬ ବର୍ଷୀୟ ବାଳିକା ସହ ଅଲୀଗଡ଼ ଜିଲ୍ଲାର ଇଗଲାସ ଗାଁରେ ଦୁଷ୍କର୍ମ ଘଟଣା ଘଟିଥିଲା । ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାର ମୃତ୍ୟୁ ହୋଇଛି । ପୀଡ଼ିତାର ମୃତ୍ୟୁ ପରେ ପରିବାର ସଦସ୍ୟ ପୀଡ଼ିତାର ଶବକୁ ରାସ୍ତା ଉପରେ ରଖି ଧାରଣାରେ ବସିଛନ୍ତି । ଅଭିଯୁକ୍ତ ଓ ସମ୍ପୃକ୍ତ ଇଲାକାର ଥାନାଧିକାରୀଙ୍କୁ ଗିରଫ ନକରାଯିବା ଯାଏ ସେମାନେ ଧାରଣାରେ ବସି ରହିବେ ବୋଲି କହିଛନ୍ତି । ସେପର୍ଯ୍ୟନ୍ତ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ମଧ୍ୟ କରାଯିବନି ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି । ଏହି ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲେ ମଧ୍ୟ, ପ୍ରକୃତ ଅପରାଧୀକୁ ଧରିନଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର । ସେପଟେ ଏହି ମାମଲାରେ ସାଦାବାଦର ଡିଏସପିଙ୍କ କହିବାନୁସାରେ ଇଗଲାସର ଇନସ୍ପେକ୍ଟରଙ୍କୁ ସସପେଣ୍ଡ କରାଯାଇଛି । ପୁଲିସ ମାମଲାର ଯାଞ୍ଚ କରିବା ସହ ଘଟଣାସ୍ଥଳରେ ଅଲିଗଡ଼ର ଏଏସପି ଉପସ୍ଥିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular