ସୋର : ବାଲେଶ୍ଵର ଜିଲ୍ଲା ସୋର ରେଲୱେ ଷ୍ଟେସନରେ ଥିବା ଫୁଟ୍ ଓଭର ବ୍ରିଜ୍ଟି ବିପଦ ଶଙ୍କୁଳ ଅବସ୍ଥାରେ ଝୁଲି ରହିଛି । ସୋର ଧାମରାରୁ ହଳଦିଆ ଯାଉଥିବା କୋଇଲା ବୋଝେଇ ଟ୍ରେନ ଏହି ବ୍ରିଜ୍ ରେ ଲାଗି ରହିଛି । ଟ୍ରେନଟି ବାଲେଶ୍ବର ମୂଳିସିଂ ଗେଟ ନିକଟରେ ଅଟକିଛି । ଫଳରେ ଖଡଗପୁର ଦିଗକୁ ସମସ୍ତ ଟ୍ରେନ ବାତିଲ ହୋଇଛି । ଧାମରାରୁ ଏନ୍.ଟି.ଏସ ଡାଉନ୍ ଟ୍ରେନ କୋଇଲା ଲୋଡ୍ କରି ପଶ୍ଚିମବଙ୍ଗ ହଳଦିଆ ଅଭିମୁଖେ ଯାଉଥିଲା । କେଉଁ କରଣରୁ ଫୁଟ ଓଭର ବ୍ରିଜ ସହ ଟ୍ରେନ୍ ର ଧକ୍କା ହେଲା ସେନେଇ ତଦନ୍ତ ଚାଲିଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0