ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୨ ହଜାର ୬ ଶହ ୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୮ ହଜାର ୩ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୨ ହଜାର ୬ ଶହ ୭୩ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୫୫୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୧୧୯ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୪୪୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୨୧୪ ଜଣ, ପୁରୀରୁ ୧୨୪ ଜଣ, ରାୟଗଡ଼ାରୁ ୧୧ ଜଣ, ଭଦ୍ରକରୁ ୯୭ ଜଣ, ମୟୂରଭଞ୍ଜରୁ ୧୦୦ ଜଣ, ସୁନ୍ଦରଗଡ଼ରୁ ୮୮ ଜଣ, ବରଗଡ଼ରୁ ୬୮ ଜଣ, କେନ୍ଦୁଝରରୁ ୫୧ ଜଣ, ଗଞ୍ଜାମରୁ ୪୪ ଜଣ, ନବରଙ୍ଗପୁରରୁ ୭୨ ଜଣ, କେରାପୁଟରୁ ୩୯ ଜଣ, ସମ୍ବଲପୁରରୁ ୭୩ ଜଣ, ନୟାଗଡ଼ରୁ ୩୫ ଜଣ, ସୁବର୍ଣ୍ଣପୁରରୁ ୬୯ ଜଣ, ଜଗତସିଂହପୁରରୁ ୬୮ ଜଣ, ଅନୁଗୁଳରୁ ୧୨୬ ଜଣ, କେନ୍ଦ୍ରାପଡ଼ାରୁ ୧୫୧ ଜଣ, ବୌଦ୍ଧରୁ ୧୩ ଜଣ, ବଲାଙ୍ଗିରରୁ ୯୩ ଜଣ, ନୂଆପଡ଼ାରୁ ୧୫୯ ଜଣ, ଝାରସୁଗୁଡ଼ାରୁ ୬୮ ଜଣ, କଳାହାଣ୍ଡିରୁ ୭୭ ଜଣ, କନ୍ଧମାଳରୁ ୪୪ ଜଣ, ଦେବଗଡ଼ରୁ ୧୮ ଜଣ, ଯାଜପୁରରୁ ୮୮ ଜଣ, ଢ଼େଙ୍କାନାଳରୁ ୩୬ ଜଣ, ଗଜପତିରୁ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୩୨ ଜଣ ଓ ବାଲେଶ୍ୱରରୁ ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0