ଗଞ୍ଜାମ: ଚଳିତ ବର୍ଷ ଗଞ୍ଜାମରେ ପାଳିତ ହେବାକୁ ଥିବା ଦୁର୍ଗାପୂଜା, କାଳୀପୂଜା ଓ ଅନ୍ୟାନ୍ୟ ପୂଜା ଲାଗି ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ପୂଜା ଗାଇଡଲାଇନ ଜାରି ହୋଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ପୂଜା ଗାଇଡଲାଇନ ଜାରି ହୋଇଛି ।
ନିର୍ଦ୍ଦେଶନାମା ଅନୁସାରେ, ଦୁର୍ଗାପୂଜା ମଣ୍ଡପରେ ପାଳନ କରିବା ଲାଗି ସଂପୃକ୍ତ ଅଞ୍ଚଳର ଉପଜିଲ୍ଲାପାଳ ତଥା ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟଙ୍କଠାରୁ ଅନୁମତି ଆଣିବାକୁ ପଡିବ । ପୂଜାମଣ୍ଡପ ଓ ପେଣ୍ଡାଲଗୁଡିକୁ ଆବୃତ କିମ୍ବା ବନ୍ଦ କରି ରଖିବାକୁ ପଡିବ ।
ଭକ୍ତ କିମ୍ବା ଲୋକଙ୍କୁ ଠାକୁର ଦର୍ଶନକୁ ବାରଣ କରାଯାଇଛି । ପୂଜା ବେଳେ ଡାକବାଜିଯନ୍ତ୍ର ବ୍ୟବହାର ହୋଇପାରିବ ନାହିଁ । ପୁରୋହିତ , ଆୟୋଜକଙ୍କୁ ମିଶାଇ ମୋଟ ୭ ଜଣ ବ୍ୟକ୍ତି ପୂଜା ମଣ୍ଡପ ନିକଟରେ ରହିବେ । ବିସର୍ଜନ ବେଳେ ଶୋଭାଯାତ୍ରାକୁ ଅନୁମତି ଦିଆଯିବନାହିଁ । ମୂର୍ତିଗୁଡିକୁ କୁତ୍ରିମ ପୋଖରୀରେ ବିସର୍ଜନ କରାଯିବ । ସେହିଭଳି ମନୋରଞ୍ଜନଧର୍ମୀ ଓ ମ୍ୟୁଜିକାଲ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇନାହିଁ । ଏହି ନିର୍ଦ୍ଦେଶନାମାର ବିରୁଦ୍ଧାଚରଣ କଲେ କଠୋର କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0