ଭୁବନେଶ୍ୱର : କୋଭିଡ୍ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାସ୍କ, ପିପିଇ ଓ ସାନିଟାଇଜର କିଣାରେ ହୋଇଥିବା ବ୍ୟାପକ ଅନିୟମିତତା ବିରୋଧରେ ଆଜି ଲୋକାୟୁକ୍ତରେ ଶୁଣାଣି ହୋଇଛି। ପୂର୍ବରୁ ରାଜ୍ୟ କଂଗ୍ରେସ ଏଥିପାଇଁ ମାମଲା ଦାୟ କରିଥିବା ବେଳେ ଆଜିର ଶୁଣାଣି ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାୟର ମାମଲାରେ ହୋଇଛି। ଆଜିର ଶୁଣାଣି ସମୟରେ ତତ୍କାଳନୀ ପରଚେଜ୍ କମିଟି ମୁଖ୍ୟ ହେମନ୍ତ ଶର୍ମା ହଜାର ହେବା ସହିତ ଲୋକାୟୁକ୍ତଙ୍କୁ ତଥ୍ୟ ପ୍ରଦାନ କରିଛନ୍ତି। ଦେଶର ଅନ୍ୟ ରାଜ୍ୟମାନେ ୱେବସାଇଟ୍ରେ ନିଜର ସାମଗ୍ରୀ କିଣା ନେଇ ସ୍ଵଚ୍ଚତା ଅବଲମ୍ବନ କରୁଥିବା ବେଳେ ରାଜ୍ୟ ସରକାରଙ୍କ କ୍ଷେତ୍ରରେ ତାହା କରାଯାଇ ନ ଥିବା ସଂସ୍ଥା ପକ୍ଷରୁ ଲୋକାୟୁକ୍ତଙ୍କୁ ଦର୍ଶାଯାଇଥିଲା। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାମାସ ୪ତାରିଖରେ ହେବ। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଲୋକାୟୁକ୍ତ ଜବାବ ତଲବ କରିଥିବା ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ ପାଢ଼ୀ କହିଛନ୍ତି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0