ଏକ ସାମରିକ ହସ୍ପିଟାଲ୍ ପରିଦର୍ଶନ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଫେସ୍ ମାସ୍କ୍ ପିନ୍ଧିଥିଲେ। ସର୍ବସାଧାରଣ ସ୍ଥାନରେ ରାଷ୍ଟ୍ରପତି ଟ୍ରମ୍ପ୍ ଫେସ୍ ମାସ୍କ୍ ପିନ୍ଧିବାର ଏହା ହେଉଛି ପ୍ରଥମ ଘଟଣା। ଅଭିନବ କରୋନାଭାଇରସ୍ର ବିସ୍ତାର କିଂବା ଆକ୍ରାନ୍ତ ନ ହେବାକୁ ସତର୍କତାମୂଳକ ପଦକ୍ଷେପ ଭାବେ ସ୍ୱାସ୍ଥ୍ୟ ଅଧିକାରୀମାନେ ତାଙ୍କୁ ଏହି ମାସ୍କ୍ ପିନ୍ଧିବାକୁ ପରାମର୍ଶ ଦେଇଥିଲେ।
ଶସସ୍ତ୍ରବାହିନୀର ଆହତ ସୈନିକମାନଙ୍କୁ ଏବଂ କୋଭିଡ୍-୧୯ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ଭେଟିବାକୁ ଟ୍ରମ୍ପ୍ ହେଲିକପ୍ଟର୍ ଯୋଗେ ୱାସିଂଟନ୍ ଉପନଗରୀରେ ଅବସ୍ଥିତ ୱାଲ୍ଟର୍ ରିଡ୍ ନ୍ୟାସ୍ନାଲ୍ ମିଲିଟାରି ମେଡିକାଲ୍ ସେଣ୍ଟର୍କୁ ଯାଇଥିଲେ। ହ୍ୱାଇଟ୍ ହାଉସ୍ରୁ ବାହାରିଲା ବେଳେ ସେ ସାମ୍ବାଦିକମାନଙ୍କୁ କହିଥିଲେ, ମୋର ମନେହୁଏ ବିଶେଷତଃ, ଡାକ୍ତରଖାନାରେ ଥିବାବେଳେ ମାସ୍କ୍ ପିନ୍ଧିବା ଗୁରୁତ୍ୱପୂର୍ଣ୍ଣ କଥା।ସେ ହେଲିକପ୍ଟର୍ରୁ ଓହ୍ଲାଇ ୱାଲ୍ଟର୍ ରିଡ୍ ଡାକ୍ତରଖାନାକୁ ଯିବା ପର୍ୟ୍ୟନ୍ତ ମାସ୍କ୍ ପିନ୍ଧି ନ ଥିଲେ। କିନ୍ତୁ, ୱାଲ୍ଟର୍ ରିଡ୍ର ହଲ୍ ମଧ୍ୟରେ ମାସ୍କ୍ ପିନ୍ଧିଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0