ଯାଜପୁର: ନିଜର କଳାର ପ୍ରଦର୍ଶନ କରି ଆଜି ସାରା ଭାରତରେ ଚର୍ଚ୍ଚାକୁ ଆସିଛନ୍ତି ଯାଜପୁରର ଝିଅ। ନିଜର ଉଦ୍ୟମ ବଳରେ ଦେଶର ପ୍ରମୁଖ ଫ୍ୟାଶନ ଓ ଲାଇଫ୍ ଷ୍ଟାଇଲ ସୋ’ରେ ନିଜର ସେଟ୍ ଡିଜାଇନ ପ୍ରଦର୍ଶନ କରିଛନ୍ତି ଯାଜପୁରର ସୌଭାଗ୍ୟଲକ୍ଷ୍ମୀ ରାଉତ। ଇଣ୍ଟେରିୟର ଡିଜାଇନ ବର୍ଗରେ ‘ଲାକମେ ଫ୍ୟାସନ ୱିକ’ର ମୁଖ୍ୟ ସୋ’ ଏରିଆରେ ଜଣେ ଜଣେ ଖ୍ୟାତାନାମା ଡିଜାଇନରଙ୍କ ସୋ’ ସେଟ ଡିଜାଇନ କରିବାର ସୁଯୋଗ ପାଇଛନ୍ତି ସୌଭାଗ୍ୟଲକ୍ଷ୍ମୀ।
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରୁହାଁ ଗାଁର ଯଯାତି କେଶରୀ ରାଉତଙ୍କ ଝିଅ ସୌଭାଗ୍ୟ ଲକ୍ଷ୍ମୀ ନିଜର ଗାଁରେ ସ୍କୁଲ ଜୀବନ ଶେଷ କରି ଜୁପିଟର ଯୁକ୍ତ ଦୁଇ ବିଜ୍ଞାନ କଲେଜରେ ଶିକ୍ଷା କରିଥିଲେ। ପରେ ସେ ଏନଆଇଏଫଟିରେ ଇଣ୍ଟେରିୟରର ଡିଜାଇନ୍ ପାଠ୍ୟକ୍ରମ ଶେଷ କରି ଆଇଏନଆଇଏଫଡି ରେ ମାଷ୍ଟର ଡିଗ୍ରୀ ପାଠପଢ଼ା ଜାରି ରଖିଛନ୍ତି। ତେବେ ସେ ଭୁବନେଶ୍ବରରେ ଅନୁଷ୍ଠିତ ଲାକମେ ଫ୍ୟାନସ ୱିକର ଆଞ୍ଚଳିକ ଚୟନରେ ଇଣ୍ଟେରିୟର ବର୍ଗରେ ସାମିଲ ହୋଇଥିଲେ। ଓଡିଶାର ସଂସ୍କୃତିକୁ ସମ୍ମାନ ଦେବାକୁ ଯାଇ ସେ ବାଉଁଶରେ ପ୍ରସ୍ତୁତ ବଂଶୀ ସଦୃଶ୍ୟ ଜିନିଷ ବ୍ୟବହାର କରି ଫ୍ୟାସନ ସେଟ୍ ଡିଜାଇନ କରି ଆୟୋଜକ, ସେଲିବ୍ରିଟି ଜୁରୀମାନଙ୍କ ସହ ସମସ୍ତଙ୍କୁ ଆକର୍ଷିତ କରିପାରିଛନ୍ତି। ତେବେ ଏହି ସୋ’ ଟିଭିରେ ପ୍ରଦର୍ଶିତ ହୋଇଥିବା ବେଳେ ଯାଜପୁରର ଝିଅଙ୍କୁ ବିଭିନ୍ନ ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0