ପାଟନା: ଆଉ ଦିନ କେଇଟା ପରେ ବିହାରର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଠିକ୍ ଏହି ସମୟରେ ଏଲଜେପିକୁ କଡା ସନେ୍ଦଶ ଦେଇଛି ଭାରତୀୟ ଜନତା ପାର୍ଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାମ ନେଇ ବିହାର ନିର୍ବାଚନରେ ସେମାନେ ଭୋଟ୍ ମାଗି ପାରିବେ ନାହିଁ ବୋଲି ଚିରାଗ ପାସୱାନ ଏବଂ ଏଲଜେପିଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛି ବିଜେପି । ବିଜେପି ସୂତ୍ରରୁ ପ୍ରକାଶ ଯେ, ଏଲଜେପିକୁ ସଫା ସଫା କୁହାଯାଇଛି ଯେ, ସେ ବିହାର ନିର୍ବାଚନରେ କୌଣସି ମତେ ବିଜେପିର ନାମ ନେବେ ନାହିଁ । କାରଣ ବିହାରରେ ଉଭୟ ଦଳ ଭିନ୍ନ ଭିନ୍ନ ଦମ ଦେଖାଉଛନ୍ତି ।
ପାର୍ଟିର କୌଣସି ବ୍ୟାନର, ପୋଷ୍ଟର ବା ଭାଷଣରେ ପ୍ରାଧାନମନ୍ତ୍ରୀ ମୋଦି ଏବଂ ବିଜେପିର ନାଆ ନନେବାପାଇଁ ଏଲଜେପିକୁ କୁହାଯାଇଛି । ଯେତେବେଳେ ପାର୍ଟି ଏନଡିଏରୁ ଅଲଗା ହୋଇଯାଇଛି ତେବେ ତାଙ୍କୁ କୌଣସି ପ୍ରକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଆକୁ ବ୍ୟବହାର କରିବାର ଅନୁମତି ଦିଆଯିବ ନାହିଁ । ନିକଟରେ ଏଲଜେପି ପ୍ରମୁଖ ଚିରାଗ ପାସୱାନ କହିଥିଲେ ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନିଜର ଆଦର୍ଶ ନେତା ଭାବନ୍ତି । ସେଥିପାଇଁ ସେ ତାଙ୍କ ନାଆରେ ଭୋଟ ମାଗିବେ । ଏହି ଘୋଷଣା ପରେ ଚିରାଗ ପାସୱାନ ଟ୍ୱିଟ କରି ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଠିଆ ହୋଇଥିଲେ ।
ଚିରାଗଙ୍କର ଏହି ବୟାନ ପରେ ଜେଡିୟୁ ବିଜେପିକୁ ନିଜ ସ୍ଥିତି ସ୍ପଷ୍ଟ କରିବା ପାଇଁ କହିଥିଲା । ଏହା ପରେ ବିଜେପି ସ୍ପଷ୍ଟ କରିଛି ଯେ, ଏଲଜେପି ସହ ବିହାରରେ ସେ କୌଣସି ପ୍ରକାରର ମେଣ୍ଟ କରିବ ନାହିଁ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0