ବୁର୍ଲା: ରାଜ୍ୟରେ ଲାଗି ରହିଛି ଲଘୁଚାପ ବର୍ଷା । ଉପର ମୁଣ୍ଡରେ ବର୍ଷା କାରଣରୁ ହୀରାକୁଦ ଫୁଲୁଛି । ସେଥିପାଇଁ ହୀରାକୁଦ ଜଳଭଣ୍ଡାର ବିପଦ ସଂକେତ ଛୁଇଁଛି । ବିପଦ ସଂକେତ ୬୩୦ ଫୁଟ ରହିଥିବା ବେଳେ ବର୍ତମାନ ଜଳସ୍ଥର ମଧ୍ୟ ୬୩୦ ଫୁଟ ରହିଛି । ତେବେ ଧୀରେଧୀରେ ଜଳସ୍ଥର ଆହୁରି ବୃଦ୍ଧିପାଇବାରେ ଲାଗିଛି । ଏପଟେ ଜଳଭଣ୍ଡାରର ୪ ଟି ସ୍ୱିସ ଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ଜଳଭଣ୍ଡାର ମଧ୍ୟକୁ ୮୪,୬୨୯ କ୍ୱିସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୮୪,୬୨୯ କ୍ୱିସେକ ବନ୍ୟାଜଳ ନିଷ୍କାସିତ କରାଯାଉଛି । ଜଳଭଣ୍ଡାରର ବାମପାର୍ଶ୍ୱରୁ ୩ ଟି ଓ ଦକ୍ଷିଣ ପାର୍ଶ୍ୱରୁ ୧ଟି ସ୍ୱିସ ଗେଟ ଖୋଲାଯାଇଛି। ପରିସ୍ଥିତିକୁ ଦେଖି ଆହୁରି ଅଧିକ ସ୍ୱିସ ଗେଟ ଖୋଲାଯିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ବିଭାଗ ପକ୍ଷରୁ ସତର୍କ ସୂଚନା ବା ସାଇରନ ଦ୍ୱାରା ସତର୍କ କରାଯାଉଛି । ଅନ୍ୟ ପଟେ ଉପରମୁଣ୍ଡରୁ ଲଗାତାର ଭାବେ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0