ବାଲିପାଟଣା : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ବାଲିପାଟଣା-ରାଜସ ରାସ୍ତା ଚଣାହଟ୍ଟା ଛକ ନିକଟରେ ଲୁଟ୍ ହୋଇଛି ।
ସୂଚନା ଅନୁସାରେ ଉଜ୍ଜିବନ୍ ଫାଇନାନ୍ସ କମ୍ପାନୀର କର୍ମଚାରୀ ଅମିତ କୁମାର ମିଶ୍ର ମହିଳା ସଂଘଠାରୁ ଋଣ ଟଙ୍କା ସଂଗ୍ରହ କରି ବାଇକ୍ ରେ ଫେରୁଥିଲେ । ସେହି ସମୟରେ ଦୁଇ ଜଣ ଲୁଟେରା ଏକ କଳା ରଙ୍ଗର ପଲସରରେ ଆସି ପ୍ରଥମେ ଭୁଜାଲି ଦେଖାଇ ଭୟଭୀତ କରାଇଥିଲେ । ଏପରିକି ଭୁଜାଲିରେ ଅମିତଙ୍କ ବାଇକ୍ କୁ ଭଙ୍ଗାରୁଜା କରିଥିଲେ । ପରେ ଏକ ବନ୍ଧୁକ ଅମିତ୍ ଙ୍କ ମୁଣ୍ଡରେ ଲଗାଇ ୧ ଲକ୍ଷ ୧୨ ହଜାର ଟଙ୍କା ଥିବା ବ୍ୟାଗ୍ ଛଡାଇ ଫେରାର୍ ହୋଇଯାଇଥିଲେ । ଏ ନେଇ ଅମିତ୍ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି । ବାଲିପାଟଣା ପୋଲିସ ଘଟଣାର ତଦନ୍ତ କରୁଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0