ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୨ ହଜାର ୯ ଶହ ୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୪୦ ହଜାର ୯୯୮ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୨ ହଜାର ୯ ଶହ ୯୫ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୭୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୨୫୮ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୫୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୧୬୬ ଜଣ, ପୁରୀରୁ ୧୪୫ ଜଣ, ରାୟଗଡ଼ାରୁ ୧୭ ଜଣ, ଭଦ୍ରକରୁ ୨୮ ଜଣ, ମୟୂରଭଞ୍ଜରୁ ୯୨ ଜଣ, ସୁନ୍ଦରଗଡ଼ରୁ ୧୦୧ ଜଣ, ବରଗଡ଼ରୁ ୯୩ ଜଣ, କେନ୍ଦୁଝରରୁ ୬୧ ଜଣ, ଗଞ୍ଜାମରୁ ୪୭ ଜଣ, ନବରଙ୍ଗପୁରରୁ ୬୭ ଜଣ, କେରାପୁଟରୁ ୪୩ ଜଣ, ସମ୍ବଲପୁରରୁ ୧୩୮ ଜଣ, ନୟାଗଡ଼ରୁ ୪୪ ଜଣ, ସୁବର୍ଣ୍ଣପୁରରୁ ୮୭ ଜଣ, ଜଗତସିଂହପୁରରୁ ୬୨ ଜଣ, ଅନୁଗୁଳରୁ ୧୪୨ ଜଣ, କେନ୍ଦ୍ରାପଡ଼ାରୁ ୧୩୫ ଜଣ, ବୌଦ୍ଧରୁ ୩୧ ଜଣ, ବଲାଙ୍ଗିରରୁ ୯୪ ଜଣ, ନୂଆପଡ଼ାରୁ ୭୪ ଜଣ, ଝାରସୁଗୁଡ଼ାରୁ ୬୪ ଜଣ, କଳାହାଣ୍ଡିରୁ ୬୩ ଜଣ, କନ୍ଧମାଳରୁ ୪୩ ଜଣ, ଦେବଗଡ଼ରୁ ୨୦ ଜଣ, ଯାଜପୁରରୁ ୯୦ ଜଣ, ଢ଼େଙ୍କାନାଳରୁ ୬୮ ଜଣ, ଗଜପତିରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୮୨ ଜଣ ଓ ବାଲେଶ୍ୱରରୁ ୧୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0