spot_img

କରୋନା ମୁକ୍ତ ହେଲା ଗଞ୍ଜାମର ପୋଲସରା ବ୍ଲକ

ଗଞ୍ଜାମ: କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ଉଭୟ ସରକାର ଓ ସ୍ଥାନୀୟ ପ୍ରଶାସନ ଅହରହ ଉଦ୍ୟମ ଜାରି ରଖିଛନ୍ତି । ତେବେ ଏସବୁ ଭିତରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ସବ୍‌ଡିଭିଜନ ଅଧିନରେ ଥିବା ପୋଲସର ବ୍ଲକ ପ୍ରଥମ ବ୍ଲକ ଭାବେ କରୋନା ମୁକ୍ତ ହୋଇଛି । ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ccc

ପୋଲସରା ବ୍ଳକ୍‌ରେ ଆଉ ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉନଥିବା ବେଳେ ଗତ ତିନିଦିନ ହେଲା ଜଣେ ବି କରୋନାର ସକ୍ରିୟ ରୋଗୀ ନାହାନ୍ତି । ପୋଲସରା ବ୍ଲକକୁ ୧୮ ହଜାର ୫୪୬ଜଣ ପ୍ରବାସୀ ଫେରିଥିଲେ । ସେମାନଙ୍କ ମଧ୍ୟରୁ  ୧୮,୧୦୮ ଜଣଙ୍କ କରୋନା ଟେଷ୍ଟ ହୋଇଥିବା ବେଳେ ଏଯାବତ ୫୮୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।  ସେହିପରି  ୫୭୩ ଜଣ ସୁସ୍ଥ ହୋଇଥିବା ବେଳେ ୭ଜଣଙ୍କ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular