spot_img

ଦିଲ୍ଲୀରେ ପ୍ରଦୁଷଣ କମ କରିବ ‘ଆଣ୍ଟି-ସ୍ମଗ’ ବନ୍ଧୁକ

ଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ କମ କରିବା ପାଇଁ ଆଣ୍ଟି- ସ୍ମଗ ବନ୍ଧୁକ ଲଗାଯାଇଛି । ଦିନକୁ ଦିନ ଦିଲ୍ଲୀରେ ବାୟୁମଣ୍ଡଳର ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ତେବେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁଯାୟୀ, ଦିଲ୍ଲୀ-ଏନସିଆରରେ ସକାଳ ୧୦ଟାରେ ପ୍ରତି ଘନ ମିଟରରେ ୨୨୫ମାଇକ୍ରୋଗ୍ରାମ୍ ରେକର୍ଡ କରାଯାଇଥିଲା। ଯାହାକି ଶ୍ୱାସକ୍ରିୟା ସମୟରେ ଫୁସଫୁସକୁ ଯିବାର ଆଶଙ୍କା ରହିଛି। ତେଣୁ ଏହି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଆଜି ଦିଲ୍ଲୀର ବୃହତ ନିର୍ମାଣ ସ୍ଥଳରେ ଆଣ୍ଟି-ସ୍ମଗ୍ ବନ୍ଧୁକ ଲଗାଯାଇଛି ।

ସିଷ୍ଟମ୍ ଅଫ୍ ଏୟାର କ୍ୱାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଙ୍ଗ ଆଣ୍ଡ ରିସର୍ଚ୍ଚର ରିପୋର୍ଟ ଅନୁସାରେ, ହରିୟାଣା ଏବଂ ଦିଲ୍ଲୀର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ି ଯାଇଥିଲା । ଯାହାଫଳରେ ବାୟୁର ଗୁଣବତ୍ତା ‘ଖରାପ’ ଶ୍ରେଣୀକୁ ଚାଲି ଯାଇଥିଲା । ତେବେ ଆଣ୍ଟି-ସ୍ମଗ୍ ବନ୍ଧୁକ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular