spot_img

ୟୁଜିସି ପକ୍ଷରୁ ୨୪ଟି ବିଶ୍ୱବିଦ୍ୟାଳୟ ତାଲିକା ପ୍ରକାଶ

ଭୁବନେଶ୍ୱର : ପ୍ରତିବର୍ଷ ପରି ଏଥର ମଧ୍ୟ ନାମଲେଖା ପୂର୍ବରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ନକଲି ବିଶ୍ୱବିଦ୍ୟାଳୟ ତାଲିକା ପ୍ରକାଶ କରାଯାଇଛି। ଏହି ତାଲିକାରେ ଦେଶର ୨୪ଟି ବିଶ୍ୱବିଦ୍ୟାଳୟ ନାଁ ରହିଥିବା ବେଳେ ସେଥିରେ ଓଡ଼ିଶାର ଦୁଇଟି ନକଲି ବିଶ୍ୱବିଦ୍ୟାଳୟ ରହିଛି। ପୂର୍ବ ବର୍ଷଗୁଡ଼ିକ ପରି ଏଥର ରାଉରକେଲା ଶକ୍ତିନଗର ପାଣିଟାଙ୍କି ରୋଡର ପ୍ଲଟ ନମ୍ବର ୨୪୨ର ଅନ୍ନପୂର୍ଣ୍ଣା ଭବନରେ ଥିବା ନବଭାରତ ଶିକ୍ଷା ପରିଷଦ ଓ ମୟୂରଭଞ୍ଜ ଜିଲ୍ଲା ବାରିପଦା ବିଶ୍ୱବିଦ୍ୟାଳୟ ରୋଡରେ ଥିବା ନର୍ଥ ଓଡ଼ିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜିକୁ ୟୁଜିସି ନକଲି ବୋଲି ଦର୍ଶାଇଛି। ୟୁଜିସି ଆଇନ ୧୯୫୬ର ସେକ୍ସନ ୨୨(୧) ଅନୁଯାୟୀ କେନ୍ଦ୍ର, ରାଜ୍ୟ ଆଇନ ଓ ସେକ୍ସନ-୩ ଅନୁଯାୟୀ ଡିମ୍ଡ ଟୁ ବି ୟୁନିଭରସିଟି ହିଁ କେବଳ ଡିଗ୍ରି ପ୍ରଦାନ କରିପାରିବେ। ତେବେ ଦେଶର ୨୪ଟି ଶିକ୍ଷାନୁଷ୍ଠାନର ଯୋଗ୍ୟତା ନ ଥାଇ ମଧ୍ୟ ସେମାନେ ନିଜକୁ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରୁଛନ୍ତି। ଏମାନଙ୍କର ଡିଗ୍ରି ସାର୍ଟିଫିକେଟ୍ ଦେବାର ଯୋଗ୍ୟତା ନାହିଁ। ତେଣୁ ନାମଲେଖା ବେଳେ ଛାତ୍ରଛାତ୍ରୀ ଓ ଅଭିଭଳବକ ଏଥିପ୍ରତି ଦୃଷ୍ଟି ଦେବାକୁ ମରାମର୍ଶ ଦିଆଯାଇଛି। ନକଲି ବିଶ୍ୱବିଦ୍ୟାଳୟର ତାଲିକାରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ହେଲା ଉତ୍ତର ପ୍ରଦେଶର ନ୍ୟାସନାଲ ୟୁନିଭରସିଟି ଅଫ ଇଲେକ୍ଟ୍ରୋ କମ୍ପ୍ଲେକ୍ସ ହୋମିଓପାଥି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୟୁନିଭରସିଟି , ଉତ୍ତରପ୍ରଦେଶ ବିଶ୍ବବିଦ୍ୟାଳୟ, ମହାରାଣା ପ୍ରତାପ ଶିକ୍ଷା ନିକେତନ ବିଶ୍ବବିଦ୍ୟାଳୟ, ବାରଣାସୀୟା ସଂସ୍କୃତ ବିଶ୍ବବିଦ୍ୟାଳୟ, ମହିଳା ଗ୍ରାମ ବିଦ୍ୟାପୀଠ, ଗାନ୍ଧୀ ହିନ୍ଦୀ ବିଦ୍ୟାପୀଠ ଓ ଇନ୍ଦ୍ରପ୍ରସ୍ଥ ଶିକ୍ଷା ପରିଷଦ। ଦିଲ୍ଲୀର ଏଡିଆର-ସେଣ୍ଟ୍ରିକ୍ ଜ୍ୟୁରିଡିକାଲ ୟୁନିଭରସିଟି, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ବିଶ୍ବକର୍ମା ଓପନ ୟୁନିଭରସିଟି ଫର ସେଲ୍ଫ ଏମ୍ପ୍ଲଏମେଣ୍ଟ, କମର୍ସିଆଲ ୟୁନିଭରସିଟି ଲିମିଟେଡ, ୟୁନାଇଟେଡ୍ ନେସନସ୍ ୟୁନିଭରସିଟି, ଭୋକେସନାଲ ୟୁନିଭରସିଟି ଓ ଆଧ୍ୟାତ୍ମିକ ବିଶ୍ବବିଦ୍ୟାଳୟ। ପଶ୍ଚିମବଙ୍ଗର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଅଲ୍ଟରନେଟିଭ ମେଡିସିନ ଓ ଇନଷ୍ଟିଚ୍ୟୁଟ ଅଫ ଅଲ୍ଟରନେଟିଭ ମେଡିସିନ ଆଣ୍ଡ ରିସର୍ଚ୍ଚ। କର୍ଣ୍ଣାଟକର ବଡ଼ଗାନ୍ବୀ ସରକାର ଓ୍ବାର୍ଲଡ ଓପନ ୟୁନିଭରସିଟି ଏଜୁକେସନ ସୋସାଇଟି, ମହାରାଷ୍ଟ୍ରର ରାଜା ଆରବିକ୍ ୟୁନିଭରସିଟି, କେରଳର ସେଣ୍ଟ ଜୋନ୍ସ ୟୁନିଭରସିଟି, ପୁଡୁଚେରୀର ଶ୍ରୀ ବୋଧି ଏକାଡେମୀ ଅଫ୍ ହାୟର ଏଜୁକେସନ ଓ ଆନ୍ଧ୍ର ପ୍ରଦେଶର ଖ୍ରୀଷ୍ଟ ନ୍ୟୁ ଟେଷ୍ଟାମେଣ୍ଟ ଡିମ୍ଡ ୟୁନିଭରସିଟି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular