spot_img

କରୋନା କଟକଣା ଭିତରେ ଯାଜପୁରର ପ୍ରସିଦ୍ଧ ବିରଜା କ୍ଷେତ୍ରରେ ପାଳନ ହେବ ରଥଯାତ୍ରା

ଯାଜପୁର : କରୋନା ମହାମାରୀ ବେଳେ ଅନୁଷ୍ଠିତ ହେବ ଯାଜପୁର ବିରଜା କ୍ଷେତ୍ରରେ ରଥଯାତ୍ରା । ଏନେଇ ଏକ ଅପିଲର ଶୁଣାଣି କରି ଅନୁମତି ଦେଇଛନ୍ତି ହାଇକୋର୍ଟ । କୋଭିଡ କଟକଣା ପାଳନ ସହ ରଥଯାତ୍ରା କରିବାକୁ ହାଇକୋର୍ଟ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୭ ତାରିଖରେ ଏହି ରଥଯାତ୍ରା ଅନୁଷ୍ଠିତ ହେବ । କିନ୍ତୂ କରୋନା ମହାମାରୀକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ ରଖିବାକୁ ଜିଲ୍ଲାପ୍ରଶାସନ ରଥଯାତ୍ରା କମିଟିକୁ କହିଥିଲେ । ଏହାପରେ ମନ୍ଦିର କମିଟି କୋର୍ଟରେ ଦ୍ୱାରସ୍ଥ ହୋଇଥିଲା । ଏହି ଅପିଲର ଶୁଣାଣି କରି କୋର୍ଟ ରଥଯାତ୍ରା କରିବାକୁ ଅନୁମତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular