ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଦେଉଳିପଶି ଗାଁ ନିକଟରେ ଜଙ୍ଗଲରୁ ଉଦ୍ଧାର ହୋଇଛି ଯୁବକଙ୍କ କ୍ଷତବିକ୍ଷତ ମୃତଦେହ । ମୃତକ ହେଲେ ସୁରେନ୍ଦ୍ରପୁର ଗାଁର ସୋନାରାମ ମୁଣ୍ଡାଙ୍କ ପୁଅ ମାଧବ ମୁଣ୍ଡା ।
ଖବର ଅନୁଯାୟୀ, ବୁଧବାର ସନ୍ଧ୍ୟାରୁ ଘରୁ କେଉଁଆଡେ ନିଖୋଜ ଥିଲେ ମାଧବ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା । କିନ୍ତୁ ଆଜି ସକାଳ ସମୟରେ ଗାଁର କିଛି ଲୋକ ନିକଟ ଆକାଶିଆ ଜଙ୍ଗଲରୁ ଯାଇଥିବା ବେଳେ ମାଧବଙ୍କ ମୃତଦେହ ଦେଖିବାକୁ ମିଳିଥିଲା ।
ତାଙ୍କ ଦେହରେ କ୍ଷତ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଆଖିରେ ଗଭୀର କ୍ଷତ ଥିବାର ଦେଖିବାକୁ ମିଳିଥିଲା । କେହି ଦୁର୍ବୃତ୍ତ ହତ୍ୟା କରି ଏଠାରେ ପକାଇଦେଇଥିବା ଗ୍ରାମବାସୀମାନେ ସନ୍ଦେହ କରାଯାଉଛି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0