ସାନଖେମୁଣ୍ଡି : ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ଠାରୁ ବହୁ କମ୍ ଦରରେ ଦୈନିକ ମଜୁରୀ ପ୍ରଦାନ କରାଯାଉଥିବା ପ୍ରତିବାଦରେ ମନରେଗା ଶ୍ରମିକମାନେ ପଦଯାତ୍ରା କରିଛନ୍ତି। ମନରେଗା ଶ୍ରମିକମାନଙ୍କୁ ପାଇଁ ସର୍ବନିମ୍ନ ଦରମା ଧାର୍ଯ୍ୟ କରାଯାଇଛି । କିନ୍ତୁ ସେମାନଙ୍କୁ ନିଜ ପ୍ରାପ୍ୟ ପାଇବାକୁ ବଞ୍ଚିତ ହେଉଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିକାଟୁରେ ଏପରି ଘଟୁଛି । ସରକାରୀ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ଠାରୁ କମ ମଜୁରୀ ପ୍ରଦାନ କରିବା ଅପରାଧ।
ହିଂଜିଳିକାଟୁ ଅଞ୍ଚଳରୁ ୪ଥର ବିଧାୟକ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଗରିବ ଶ୍ରମିକଙ୍କୁ ଭୟଙ୍କର ଶୋଷଣ ଚାଲିଛି। ସେମାନଙ୍କ ନ୍ୟାର୍ଯ୍ୟ ହକରୁ ବଞ୍ଚିତ କରାଯାଉଛି। ଏହାର ପ୍ରତିବାଦରେ ଓ ସେମାନଙ୍କ ନ୍ୟାୟ ସଂଗତ ୮ ଦଫା ଦାବିରେ ପଦଯାତ୍ରା କରାଯାଇଛି, ଏବଂ ହିଂଜିଳିକାଟୁ ବ୍ଲକ ଘେରାଉ ମଧ୍ୟ ହୋଇଛି । ଏହି ପଦଯାତ୍ରାରେ ସଂଗଠନର ବିଭିନ୍ନ କର୍ମକତ୍ତା ଅଂଶଗ୍ରହଣ କରିଥିଲେ ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0