ବିହାର: ପୂର୍ବତନ ବିହାର ପୁଲିସର ମହାନିଦେ୍ର୍ଦଶକ ଗୁପ୍ତେଶ୍ୱର ପାଣ୍ଡେକୁ ବିଧାନସଭା ନିର୍ବାଚନ ପାଇଁ ଦଳ ତାଙ୍କୁ ଟିକଟ ଦେଇନାହିଁ । ଚଳିତ ବର୍ଷ ଗୁପ୍ତେଶ୍ୱର ପାଣ୍ଡେ ଅବସର ପୂର୍ବରୁ ହିଁ ସେ ନିଜ ଚାକିରିରୁ ଅବସର ନେଇଥିଲେ । ଅବସର ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରକୁ ଭେଟି ଜେଡ଼ିୟୁ ଦଳରେ ମିଶିଥିଲେ । ବିହାରର ବକ୍ସର ବିଧାନସଭା ଆସନରୁ ଗୁପ୍ତେଶ୍ୱର ପ୍ରାର୍ଥୀ ହେବା ନେଇ କିଛିଦିନ ପୁର୍ବରୁ ସୂଚନା ମିଳିଥିଲା । ତେବେ ଦଳ ତାଙ୍କୁ ବିଧାନସଭା ପ୍ରାର୍ଥୀ ପାଇଁ ଟିକେଟ ନଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାର ଜବାବରେ ଗୁପ୍ତେଶ୍ୱର ସମର୍ଥକ ମାନଙ୍କୁ ନିରାଶ ନହୋଇ ଦଳ କେମିତି ବିଜୟୀ ହେବ ସେ ନେଇ ଚେଷ୍ଟା କରିବା ପାଇଁ କହିଛିନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0