ବ୍ରହ୍ମପୁର : ମାଜିଷ୍ଟ୍ରେଟ୍ ସାଜିଲେ ଗ୍ରାହକ । ଏକ୍ସପାରୀ ମଦ ଅବାଧରେ ବିକ୍ରି ହେଉଥିବା ଜାଣିବା ପରେ ଖୋଦ ଏଡିଏମ୍ ଯାଇଥିଲେ ମଦ ଦୋକାନ। ଆଉ ସେଠି ଧାଡ଼ିରେ ଛିଡ଼ା ହୋଇ ମଦ କିଣିଲେ। ମାତ୍ର ମଦ କିଣିବା ପରେ ତାହାର ଅବଧି ସରିଯାଇଥିବା ଦେଖିବାକୁ ପାଇଲେ। ଏହାପରେ ଅଭିଯୋଗର ସତ୍ୟତା ସମ୍ପର୍କରେ ଜାଣି ପାରିଥିଲେ । ଏପରି ଘଟଣା ଘଟିଛି ବ୍ରହ୍ମପୁରରେ । ଗତ କିଛି ଦିନ ଧରି ବ୍ରହ୍ମପୁର ସହରର ବିଭିନ୍ନ ମଦ ଦୋକାନରେ ଅବଧି ସରିଥିବା ବିୟର ବିକ୍ରି ହେଉଥିବା ଅଭିଯୋଗ ଆସିଥିଲା। ଯାହାକୁ ନେଇ ବିଭିନ୍ନ ଦୋକାନରେ ଚଢ଼ଉ ହୋଇଛି । ଅବକାରୀ ବିଭାଗ ଓ ପୁଲିସ୍ ଅଧିକାରୀ ପହଞ୍ଚି ଯାଞ୍ଚ କରିବା ସହ ମଦ ଜବତ କରିଛନ୍ତି । ସେଥିରେ ଅବଧି ସରିଥିବା ବିୟର ଥିବା ଜଣାପଡ଼ିଛି । ଏହାକୁ ଯାଞ୍ଚ କରି ପରବର୍ତ୍ତି ସମୟରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଏଡିଏମ ଶ୍ୱେତ ଦାସ ସୂଚନା ଦେଇଛନ୍ତି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0