କେନ୍ଦ୍ରାପଡା : ଚଢାଉ ବେଳେ ଅବକାରୀ ସ୍କ୍ବାର୍ଡର ଗାଡି ଉପରେ ପେଟ୍ରୋଲ ଢାଳି ନିଅଁ। ଲଗାଇବାକୁ ଉଦ୍ୟମ କରିଥିଲେ ୨ ଚୋରା ମଦ ବ୍ୟବସାୟୀ। କେନ୍ଦ୍ରାପଡା ବିଜୟନଗରଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆଜି ସକାଳେ ଜିଲ୍ଲା ଅବକାରୀ ବିଭାଗର ଏକ ଟିମ୍ ବିଜୟନଗର ଏବଂ ଏହାର ଆଖପାଖ ଅଂଚଳରେ ଚୋରାମଦ ବିକ୍ରି ହେଉଥିବା ଖବର ପାଇ ଚଢାଉ କରିଥିଲେ। ଚଢାଉ ବେଳେ ଚୋରାମଦ କାରବାରରେ ସମ୍ପୃକ୍ତ ଜ୍ଞାନ ରଂଜନ ଦାସ ଓ ଟିକିଲି ରାଉତ ଅବକାରୀ ସ୍କ୍ବାର୍ଡର ଗାଡି ଉପରେ ପେଟ୍ରୋଲ ଢାଳି ନିଅଁ। ଲଗାଇବାକୁ ଉଦ୍ୟମ କରିଥିଲେ। ଜଣେ ପୁରୁଷ ଏବଂ ମହିଳାଙ୍କ ସମେତ ମଦ କାରବାରେ ସମ୍ପୃକ୍ତ ମୋଟ ୬ଜଣଙ୍କୁ ଗିରଫ କରିଛନ୍ତି ଅବକାରୀ ଅଧିକାରୀ । ଚଢାଉ ସମୟରେ ପ୍ରାୟ ଶହେ ଲିଟର ଚୋରା ମଦ ଜବତ ହୋଇଥିବା ଅବକାରୀ ଇନିସପେକ୍ଟର ସରୋଜ କୁମାର ବାଗ୍ ସୂଚନା ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0