ଦୁବାଇ: ଆଇପିଏଲ ତ୍ରୟୋଦଶତମ ସଂସ୍କରଣର ଆଜି ୨୨ତମ ମ୍ୟାଚ । ସନରାଇର୍ସ ହାଇଦ୍ରାବାଦ ଓ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ଆଜି କଡ଼ା ଟକ୍କ୍ର । ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିବା ଲକ୍ଷରେ ପଡ଼ିଆକୁ ଓହ୍ଲାଇବ ଆଜି କିଙ୍ଗସ ଏକାଦଶ ପଞ୍ଜାବ । ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ଦଳ ଚମକ୍ରାର ପ୍ରଦର୍ଶନ କରିଆସୁଛି । ତେବେ ଆଜିର ମ୍ୟାଚ ଆଇପିଏଲ ଲଢେଇର ଅନ୍ୟତମ ଆକର୍ଷଣ ହେବାକୁ ଯାଉଛି । ରାହୁଲଙ୍କ ନେତୃତ୍ୱାଧିନ କିଙ୍ଗସ ଏକାଦଶ ପଞ୍ଜାବ ପୂର୍ବ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଠାରୁ ପରାସ୍ତ ହୋଇ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ରହିଛି । ତେବେ ଆଜିର ମ୍ୟାଚ ଜିତି ନିଜ ସ୍ଥାନ ସୁଦୃଢ କରିବା ଲକ୍ଷରେ ପଡ଼ିଆକୁ ଓହ୍ଲାଇଛି କିଙ୍ଗସ ଏକାଦଶ ପଞ୍ଜାବ । ଏହି ଦଳରେ କେଏଲ ରାହୁଲ, କରୁଣ ନାୟାର, ମୟଙ୍କ ଅଗ୍ରୱାଲ, ଗ୍ଲେନ ମ୍ୟାକ୍ସୱେଲ ଓ ନିକୋଲାସଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଖେଳୁଛନ୍ତି । ଅନ୍ୟପଟେ ଭାରତୀୟ ଦଳର ଶ୍ରେଷ୍ଠ ଦ୍ରୁତ ବୋଲର ମହମ୍ମଦ ସାମି ପଞ୍ଜାବ ଟିମର ବୋଲିଂ ନେତୃତ୍ୱ ନେଇଛନ୍ତି । ସେହିପରି ସ୍ଫିନର ଅଶ୍ୱିନ ଓ ରବି ବିଷ୍ନୋୟୀଙ୍କ ଭଳି ପ୍ରମୁଖ ବୋଲର ଟିମରେ ଅଛନ୍ତି । ଯାହାକି ଆଜିର ମ୍ୟାଚରେ ପଞ୍ଜାବ ଦଳକୁ ଏକ ବଡ଼ ସ୍କୋର କରିବାରେ ସହାୟକ ହେବ । ସେହିପରି ଡ଼େଭିଡ଼ ୱାର୍ଣ୍ଣରଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ଚଳିତ ବର୍ଷ ଆଇପିଏଲରେ ୫ଟି ମ୍ୟାଚ ଖେଳି କେବଳ ଦୁଇଟି ଜିିତିଛି । ଯେଉଁଥିପାଇଁ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ଅଛି । ହାଇଦ୍ରାବାଦ ଦଳରେ କ୍ୟାପଟେନ ଓା୍ୱର୍ଣ୍ଣର, କେନ ୱିଲିୟମସନ ଓ ବେୟାରଷ୍ଟୋଙ୍କ ଭଳି ବିସ୍ଫୋରକ ବ୍ୟାଟସମ୍ୟାନ ଖେଳୁଛନ୍ତି । ତେବେ ଚଳିତ ବର୍ଷ ଆଇପିଏଲରେ ୱାର୍ଣ୍ଣରଙ୍କ ବ୍ୟାଟିଂର ଯାଦୁ ଦର୍ଶକଙ୍କୁ ଦେଖିବା ପାଇଁ ମିଳିନଥିଲା । ତେଣୁ ଆଜିର ମ୍ୟାଚରେ ସେ ତାଙ୍କ ପୁରୁଣା ଫର୍ମକୁ ଫେରିବେ ବୋଲି ଖେଳ ବିଶେଷଜ୍ଞ ଅନୁମାନ କରୁଛନ୍ତି । ଟିମର ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ବଦଳରେ ପୃଥ୍ୱୀ ରାଜ ସାମିଲ ହୋଇଛନ୍ତି । ଅନ୍ୟପଟେ ଦଳରେ ଷ୍ଟାର ସ୍ପିନର ଭାବେ ରସିଦ ଖାନ ଅଛନ୍ତି । ତେବେ ରସିଦ ପୂର୍ବ ମ୍ୟାଚରେ ଚମକ୍ରାର ପ୍ରଦର୍ଶନ କରିଥିଲେ । ଯାହାକି ପଞ୍ଜାବର ବଡ଼ ସ୍କୋରକୁ ରୋକିବାରେ ସମର୍ଥ ହେବ । ତେବେ ଯୁବ ଅଧିନାୟକ ରାହୁଲ ଓ ଅଧିନାୟକ ଡେଭିଡ ୱାରନରଙ୍କ ନେତୃତ୍ୱରେ ଖେଳାଯାଉଥିବା ଆଜିର ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ଉକ୍ରଣ୍ଠା ଲାଗିରହିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0