ଭୁବନେଶ୍ବର : ପେଟ୍ରୋଲ ବିସ୍ଫୋଣରେ ମୃତକ ପରିବାରକୁ ୮ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କଲା ଆଇଓସିଏଲ୍। ସେହିପରି ଗୁରୁତରଙ୍କ ପରିବାରକୁ ୪ ଲକ୍ଷ ଏବଂ ଆହାତମାନଙ୍କ ପରିବାରକୁ ଏକ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ ପରେ ଆଇଓସିଏଲ ଏହି ସହାୟତା ରାଶି ଘୋଷଣା କରିଛି। ମିଳିଥିବା ସୂଚନା ଏହି ବଡ ଧରଣ ବିସ୍ଫୋରଣରେ ୧୦/୧୨ ଆହାତ ହୋଇଥିବା ବେଳେ ୪/୫ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଏପରି କି ସେହି ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଥିବା ସାନଖେମୁଣ୍ଡିର ସତ୍ୟଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଆହାତ ଏବଂ ଗୁରୁତର ସମସ୍ତ ଚିକିତ୍ସା ମାଗଣାରେ ଚାଲିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0