ଦୁବାଇ: ଆଇପିଏଲ ତ୍ରୟୋଦଶତମ ସଂସ୍କରଣର ଆଜି ୨୨ତମ ମ୍ୟାଚ । ସନରାଇର୍ସ ହାଇଦ୍ରାବାଦ ଓ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ଆଜି କଡ଼ା ଟକ୍କର । ତେବେ ସନରାଇଜର୍ସ ହାଇଦ୍ରାବାଦ ଦଳରେ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କ ସ୍ଥାନରେ ୨୨ ବର୍ଷୀୟ ବାମହାତୀ ଦ୍ରୁତ ବୋଲର ପୃଥ୍ବୀ ରାଜ ୟାରାଙ୍କୁ ସାମିଲ କରାଯାଇଛି । ପୂର୍ବ ମ୍ୟାଚରେ ଭୁବନେଶ୍ୱର କୁମାରଙ୍କ ମାଂସପେଶୀରେ ଯନ୍ତ୍ରଣା ଯୋଗୁଁ ସେ ପଡିଆ ଛାଡି ଚାଲିଯାଇଥିଲେ । ତେବେ ଭୁବନେଶ୍ୱର କୁମାର ଆଇପିଏଲରୁ ବାଦ ପଡିବା ନେଇ ଆଜି ସନରାଇର୍ସ ଦଳ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ସୂଚନା ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0