ମୁମ୍ବାଇ: ବଲିଉଡ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ଅଭିନେତ୍ରୀ ଦୀପିକା ପାଦୁକୋନ ଖୁବଶୀଘ୍ର ସୁଟିଂ ସେଟକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ଡ୍ରଗ୍ସ ମାମଲାରେ ଦୀପିକା ଗୋଆର ସୁଟିଂ ସେଟକୁ ଛାଡି ମୁମ୍ବାଇସ୍ଥିତ ଏନସିବି ଅଫିସରେ ହାଜର ହୋଇଥିଲେ । ଏନସିବିର ଜେରା ପରେ ପୁଣି ଦୀପିକା ଫିଲ୍ମର ସୁଟିଂ ନିମନ୍ତେ ଗୋଆ ଅଭିମୁଖେ ବାହାରିବେ । ସୂଚନା ଅନୁସାରେ, ବଲିଉଡ ଡ୍ରଗ୍ସ ମାମଲାରେ ଏନସିବି ଦୀପିକାଙ୍କୁ ସମନ ପଠାଇଥିଲା । ତେବେ ସମନ ପାଇ ଦୀପିକା ସେପ୍ଟେମ୍ବର ୨୫ରେ ମୁମ୍ବାଇ ଆସିଥିଲେ । ଦୀପିକାଙ୍କ ବ୍ୟତୀତ ତାଙ୍କ ମ୍ୟାନେଜର କରିସ୍ମାଙ୍କୁ ମଧ୍ୟ ଏନସିବି ଜେରା କରିଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0